ପ୍ରେମ ସଂପର୍କରେ ଏସବୁ ପ୍ରତି ଧ୍ୟାନ ଦେଲେ ବ୍ରେକ୍‌ଅପ୍‌ର ଆଶଙ୍କା ନଥାଏ

Advertisment
ପ୍ରେମ ସଂପର୍କରେ ଏସବୁ ପ୍ରତି ଧ୍ୟାନ ଦେଲେ ବ୍ରେକ୍‌ଅପ୍‌ର ଆଶଙ୍କା ନଥାଏ

photo-healthy-magazine.co.uk

ଅନେକ ସମୟରେ ପ୍ରେମ ସଂପର୍କରେ ବି ଫାଟ ସୃଷ୍ଟି ହୁଏ।ଜଣେ ଆରଜଣକୁ ଭଲ ଲାଗନ୍ତି ନାହିଁ।ବେଳେବେଳେ ଏହା ବ୍ରେକ୍‌ ଅପ୍‌ର ରୂପ ମଧ୍ୟ ନେଇଥାଏ।ତେବେ ଏଭଳି ନିୟମରେ ଚଳନ୍ତୁ,ଯାହାଦ୍ୱାରା ସେଭଳି ପରିସ୍ଥିତି ଉପୁଜିବ ନାହିଁ।

ଅଫିସ୍‌ରେ ଥାଆନ୍ତୁ କି ଘରେ ନିଜର ପାର୍ଟନରଙ୍କ ସହିତ କିଭଳି ବାନ୍ଧି ହୋଇ ରହିବେ ,ସେଥିପ୍ରତି ଧ୍ୟାନ ଦିଅନ୍ତୁ।ଏଥିପାଇଁ ପାରସ୍ପରିକ ବୁଝାମଣା ଜରୁରୀ।ଜଣେ ଆରଜଣକର ବ୍ୟସ୍ତତା ଓ ଜୀବନଚର୍ଯ୍ୟାକୁ ବୁଝିବା ଉଚିତ। ମନେରଖନ୍ତୁ ଏହାକୁ ନେଇ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଯଦି ଏଭଳି ପରିସ୍ଥିତି ଉପୁଜୁଛି,ତା’ର ସମାଧାନ କରିବାର ରାସ୍ତା ବାହାର କରନ୍ତୁ।

publive-image photo-amarujala

ଅନେକ ସମୟରେ ଭ୍ରମ ଧାରଣା ଯୋଗୁଁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ।ଏଣୁ ପ୍ରେମ ସଂର୍ପକରେ କୌଣସି ବି ଭୁଲ ତଥ୍ୟ ଦିଅନ୍ତୁ ନାହିଁ ନିଜ ପାର୍ଟନରକୁ।କାରଣ ଯଦି କୌଣସି କଥା ମେଳ ନ ଖାଇଲା,ତେବେ ଆରଜଣଙ୍କର କ୍ରୋଧ ବଢ଼ିଯାଏ ଓ ତାହା ବ୍ରେକ୍‌ଅପ୍‌ର ରାସ୍ତାକୁ ପ୍ରଶସ୍ତ କରିଥାଏ।
ସବୁଠୁଁ ବଡ଼ କଥା ହେଲା ପ୍ରେମ ସଂପର୍କରେ ‘ଇଗୋ’ ବା ଅହଂଭାବର ସ୍ଥାନ ନାହିଁ। ପ୍ରେମ ସଂପର୍କରେ ଉଭୟ ପ୍ରେମିକ-ପ୍ରେମିକାଙ୍କୁ ନମନୀୟ ହେବାକୁ ପଡ଼ିବ। ଯଦି ଭୁଲ୍‌ରେ ବି ଅହଂଭାବ ଆସିଗଲା,ତତ୍‌କ୍ଷଣାତ୍‌ ତାକୁ ଦୂରେଇ ଦିଅନ୍ତୁ।

ଉତ୍ତମ ପ୍ରେମ ସଂପର୍କର ଅର୍ଥ ହେଲା ଅନ୍ୟଜଣଙ୍କର ମନ କଥାକୁ ବୁଝି କାମ କରିବା।ଯଦି ଦୂରତ୍ୱକୁ କମ୍‌ କରିବାକୁ ଚାହାଁନ୍ତି,ତେବେ ଆଜିକାଲି ସ୍ମାର୍ଟଫୋନ୍‌ ବା ଇଣ୍ଟରନେଟ୍‌ ଜରିଆରେ ତାହା କରିପାରିବେ। ଗୋଟିଏ ପ୍ରେମପୂର୍ଣ୍ଣ ସନ୍ଦେଶ ବା କ୍ଷମାଯାଚନା ଅନ୍ୟ ଜଣଙ୍କର ହୃଦୟକୁ ତରଳାଇ ଦେଇଥାଏ ଓ ପରସ୍ପର ବନ୍ଧନକୁ ଅଧିକ ଶକ୍ତ କରିଥାଏ।
ପ୍ରେମ ସଂପର୍କ ଭିତରେ ପଇସାକୁ ଆଣନ୍ତୁ ନାହିଁ। ଅନେକ ସମୟରେ ଅର୍ଥ ପାଇଁ ଅନର୍ଥ ସୃଷ୍ଟି ହୁଏ। ଏଣୁ ମନେ ରଖନ୍ତୁ ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଥିବା ଆକର୍ଷଣର କାରଣ ଅର୍ଥ ଯେପରି ନ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe