ସ୍ତନ କର୍କଟ ହେବା ପୂର୍ବର ଏହି ଲକ୍ଷଣକୁ ଭୁଲ୍‌ରେ ବି ଅଣଦେଖା କରନ୍ତୁ ନାହିଁ

୨ ବର୍ଷରେ ଫୁସଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ୫% ବଢ଼ିଲା: ଉତ୍ତରପ୍ରଦେଶରେ ସର୍ବାଧିକ

indyschild.com

ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଯଦିଓ ଏହି ସମସ୍ୟା ଏବେ ପୁରୁଷମାନଙ୍କ ଭିତରେ ଦେଖାଯାଉଛି, କିନ୍ତୁ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇଥାଏ । ବଦଳୁଥିବା ଜୀବନଚର୍ଯ୍ୟା ଏବଂ ଖାଇବା ପିଇବାର ସମୟ ଠିକ୍‌ ରହୁ ନଥିବାରୁ ମହିଳାମାନେ ଖୁବ୍‌ ସହଜରେ ଏହି ରୋଗର ଶିକାର ହୋଇଯାଇଥାନ୍ତି । ବେଳେ ବେଳେ କିଛି ମହିଳା ଏହି ରୋଗର ଲକ୍ଷଣ ଜାଣି ନ ପାରି ମୃତ୍ୟୁ ମୁଖକୁ ଚାଲି ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏହି ରୋଗର ଲକ୍ଷଣ ବିଷୟରେ ଜଣାଇବାକୁ ଚାହୁଁଛୁ।

୧.ମହିଳାମାନେ ସ୍ତନ କର୍କଟର ଶିକାର ହୋଇଥିଲେ ସେମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା,କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ ।

Image result for breast cancer Mumby Insurance Brokers

୨.କର୍କଟ ରୋଗର କୋଷିକାଗୁଡ଼ିକ ବଢ଼ୁଥିବାରୁ କାଖ ଦରଜ ହେବା ସହ ସିଝି ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩.ଅଧିକ କାମ କରିବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ହେବା ଏକ ସାଧାରଣ କଥା । କିନ୍ତୁ ସ୍ତନ କର୍କଟ ହୋଇଥିଲେ କର୍କଟର ରୋଗର କୋଷିକା ଗୁଡ଼ିକ ବଢ଼ୁଥିବାରୁ ବେକ ଏବଂ ଅଣ୍ଟା ଜୋରରେ ବିନ୍ଧିଥାଏ ।
୪.ସ୍ତନ କର୍କଟ ରୋଗର ଶିକାର ହୋଇଥିଲେ ସ୍ତନରୁ ଟିକେ ଟିକେ ପାଣି ବାହାରିବାକୁ ଲାଗିଥାଏ । ଏହା ସହ ସ୍ତନର ଆକାର ଏବଂ ରଙ୍ଗ ବଦଳି ଯାଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe