ବର୍ଷ ପ୍ରାରମ୍ଭରୁ ପ୍ରତିଟି କାମ ଲାଗି ଆପଣଙ୍କୁ ଏକ ବଢ଼ିଆ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିବ। ତା’ହେଲେ ଯାଇ ମନୋନୁକୂଳ ପରିଣାମ ପାଇବେ। ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଆପଣଙ୍କ ପରିଶ୍ରମର ପୂରା ଫଳ ମିଳିବ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ। ଫେବ୍ରୁଆରିରୁ ଅଗଷ୍ଟ ମାସ ଭିତରେ ଚାକିରିରେ ମନ ଚାହୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ନୂଆ କମ୍ପାନିରେ ଚାକିରିର ମଧ୍ୟ ସୁଯୋଗ ଆସିବ। ବର୍ଷ ଆରମ୍ଭରୁ ପରିବାରରେ ଅଶାନ୍ତି ନେଇ ଦୁଃଖର ବାଦଲ ଛାଇ ରହିବ। ଗ୍ରହ ଚଳନ ଦୃଷ୍ଟିରୁ ମାର୍ଚ୍ଚ ମାସ ବେଳକୁ ପରିସ୍ଥିତିରେ ହଠାତ୍ ପରିବର୍ତ୍ତନ ହେବ ଏବଂ ପରିବାରରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏ ବର୍ଷ ବିବାହ କରି ପାରିବେ। ବିଜ୍ଞାନ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଏକାଗ୍ରତା ସହିତ ଅଧିକ ପରିଶ୍ରମ କରନ୍ତୁ, ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଅପ୍ରେଲ୍ ମଇ ମାସରେ ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାଇବାର ଆବଶ୍ୟକତା ରହିଛି।
ବାର୍ଷିକ ରାଶିଫଳ ୨୦୧୮: ବୃଷ: ଯୋଜନାବଦ୍ଧ ହୋଇ କାମ କରନ୍ତୁ ମନୋନୁକୂଳ ପରିଣାମ ପାଇବେ
Advertisment
Follow Us