ଜିମ୍‌ ନଯାଇ ବନାନ୍ତୁ ଏମିତି ଫିଜିକ୍‌!

Advertisment

ବିନା ମେସିନ୍‌ ସାହାଯ୍ୟରେ ବନାନ୍ତୁ ଏମିତି ମସଲ୍‌ସ

ବିନା ମେସିନ୍‌ ସାହାଯ୍ୟରେ ବନାନ୍ତୁ ଏମିତି ମସଲ୍‌ସ

ଜିମ୍‌ ନଯାଇ ବନାନ୍ତୁ ଏମିତି ଫିଜିକ୍‌!

ଆଜିକାଲି ପ୍ରାୟ ସମସ୍ତ ଯୁବକ ନିଜ ନିଜର ମସଲ୍‌ସ ବନାଇବା ପାଇଁ ଚାହୁଁଥିଲେ ମଧ୍ୟ ସମସ୍ତେ ଜିମ୍‌ ଯିବାକୁ ନାରାଜ୍‌। ଜିମ୍‌ ନ ଯାଇ ମଧ୍ୟ, କେଉଁ ସବୁ ଜିନିଷ ମସଲ୍‌ସ ବନାଇବାରେ ସହାଯ୍ୟ କରିବ, ତାହା ବତାଉଛନ୍ତି ଫିଟ୍‌ନେସ୍‌ ଏକ୍ସ୍‍ପର୍ଟ୍‌। ଫିଟ୍‌ନେସ୍‌ ଏକ୍ସ୍‍ପର୍ଟ୍‌ ବତାଉଛନ୍ତି କିଛି ସାଧାରଣ ଟିପ୍ସ୍‍, ଯାହା ମସଲ୍‌ସ ବନାଇବାରେ କରିବ ସାହାଯ୍ୟ।

publive-image

ଚାଲିବା ଓ ଦୌଡ଼ିବା: ପ୍ରତିଦିନ ୩୦ ମିନିଟ୍‌ ଚାଲନ୍ତୁ ବା ଦୌଡ଼ନ୍ତୁ, ଏହାଦ୍ୱାରା ସମ୍ପୂର୍ଣ୍ଣ ଶରୀରର ମାଂସପେଶୀ ଷ୍ଟ୍ରଙ୍ଗ୍‌ ବା ଶକ୍ତ ହେବ।

publive-image

ସ୍କୁଆର୍ଟ୍‌ସ: ସିଧା ଛିଡ଼ା ହୁଅନ୍ତୁ। ଏବେ ଉଭୟ ହାତ ସାମନା ପଟକୁ ସିଧା ରଖନ୍ତୁ ଓ ଆଣ୍ଠୁକୁ ମୋଡ଼ି ଚୌକିରେ ବସିଲା ଭଳି ବସନ୍ତୁ। ଏବେ ଧୀରେ ନିଶ୍ୱାସ ଛାଡ଼ି ଛାଡ଼ି ପୁଣି ଉଠି ପଡ଼ନ୍ତୁ। ଏମିତି ୧୦-୧୫ ଥର କରନ୍ତୁ।

publive-image

ପୁସ୍‌-ଅପ୍‌ସ: ପ୍ରଥମେ ଟିକିଏ ଓ୍ଵାର୍ମ୍‌-ଅପ୍‌ କରନ୍ତୁ। ପେଟେଇ ପଡ଼ି ପୂରା ସିଧା ଶୋଇ ଯାଆନ୍ତୁ। ଏଥର ଦୁଇ ହାତରେ ଭରା ଦେଇ ଉପରକୁ ଉଠନ୍ତୁ ଓ ପୁଣି ତଳକୁ ଯାଆନ୍ତୁ। ଏମିତି ଥରକେ ୧୦ ଥର ଲେଖାଏଁ ୩ ଥର କରନ୍ତୁ।

publive-image

କ୍ରନ୍‌ଚେସ୍‌: ଚିତ୍‌ ହୋଇ ସିଧା ଶୋଇ ପଡ଼ନ୍ତୁ। ଏବେ ଉଭୟ ହାତକୁ କାନ ପଛପଟେ ରଖନ୍ତୁ। ଗୋଡ଼କୁ ଆଣ୍ଠୁ ପାଖରୁ ମୋଡ଼ି ମୁଣ୍ଡ ଓ ପିଠିକୁ ଉପର ପଟେ ଉଠାନ୍ତୁ ଓ ପୁଣି ସେହି ପୋଜିସନ୍‌କୁ ନେଇ ଯାଆନ୍ତୁ। ଏମିତି ୧୦ଥର ଲେଖାଏଁ ୩ ଥର କରନ୍ତୁ।

publive-image

କଇଁଚି: ଚିତ୍‌ ହୋଇ ଶୁଅନ୍ତୁ ଓ ଦୁଇ ଗୋଡ଼ ଉପରକୁ ଉଠାନ୍ତୁ। ଧୀରେ ଧୀରେ ଡାହାଣ ଗୋଡ଼କୁ ତଳକୁ ଆଣନ୍ତୁ ଓ ସିଧା କରନ୍ତୁ। ପୁଣି ବାମ ଗୋଡ଼କୁ ତଳକୁ ଆଣିବା ସହ ଡାହାଣ ଗୋଡ଼କୁ ଉପରକୁ ଉଠାନ୍ତୁ। ଏମିତି ୮-୧୦ ଥର କରନ୍ତୁ।

publive-image

ଲେଗ୍‌ ଡ୍ରପ୍‌: ପିଠିରେ ଭରା ଦେଇ ଶୋଇ ଗୋଡ଼କୁ ଧୀରେ ଧୀରେ ଉପରକୁ ଉଠାଇ ସିଧା କରନ୍ତୁ। କିଛି ସମୟ ରୁହନ୍ତୁ, ପୁଣି ଗୋଡ଼କୁ ୪୫ଂ(ଡିଗ୍ରି) କୋଣରେ ରଖନ୍ତୁ। ଏମିତି ୮-୧୦ ଥର କରନ୍ତୁ।

publive-image

ସାଇଡ୍‌ ପ୍ଲାଙ୍କ୍‌: କଡ଼େଇ ହୋଇ ଶୋଇ ଯାଆନ୍ତୁ। ଗୋଟିଏ ହାତ ଓ ଦୁଇ ଗୋଡ଼ରେ ଭରା ଦେଇ ଶରୀରକୁ ଉଠାନ୍ତୁ ଓ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଉପରେ ରଖନ୍ତୁ। ପେଟ ଓ ଜଙ୍ଘକୁ ଉପରକୁ ଟାଣି ରଖନ୍ତୁ। ଏମିତି ୮-୧୦ ଥର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe