Alternative Daily
ସାଧାରଣତଃ ସେ ପୁଅ ହୁଅନ୍ତୁ ଅବା ଝିଅ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି। ଏମିତି କି ବେଳେ ବେଳେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର ଦ୍ବାରା ଚର୍ମରେ ସଂକ୍ରମଣ ହୋଇ ଚେହେରା ଆହୁରି ଅଧିକ ଖରାପ ହୋଇଯାଇଥାଏ। ଏପରି ପରିସ୍ଥିତିରେ ଘରୋଇ ଉପଚାର କରିବା ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଭୟ ବି ନଥାଏ।
ତେବେ ବହୁତ କମ ଲୋକ ଜାଣିଛନ୍ତି କି ବନ୍ଧାକୋବି ରୋଷେଇ ବ୍ୟତୀତ ତ୍ବଚା ପାଇଁ ବି ବ୍ୟବହାର କରାଯାଇଥାଏ। ଏହା ତ୍ୱଚା କୁଞ୍ଚନ ଦୂର କରିବା ସହ ଚେହେରାର ଚମକ ବଢ଼ଇବାରେ ସହାୟକ ହୋଇଥାଏ।
ଆସନ୍ତୁ ଜାଣିବା ତ୍ବଚାର ଔଜ୍ଜ୍ବଲ୍ୟ ବୃଦ୍ଧିରେ ବନ୍ଧାକୋବିକୁ କିପରି ବ୍ୟବହାର କରିବ। ପ୍ରଥମେ ମୁହଁକୁ ଭଲଭାବେ ଧୋଇ ଦେବା। ଏହାପରେ ୪ ବଡ ଚାମଚ ବନ୍ଧାକୋବି, ଗୋଟିଏ ଅଣ୍ଡାର ଧଳା ଅଂଶ, ୧ ଚାମଚ ମହୁ, ୨ ଚାମଚ ଚାଉଳ ପାଉଡର, ୪ରୁ ୫ ବୁନ୍ଦା ଲେମ୍ବୁ ରସ ସବୁକୁ ମିଶାଇ ଏକ ପେଷ୍ଟ ତିଆରି କରିବା
ଏହାକୁ ଚେହେରା ଲଗାଇ୨୦ମିନିଟ ରଖିବା ପରେ ଧୋଇ ଦେବା। ଏହି ପ୍ୟାକକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ଚମକ ବଢ଼ିବା ସହ ତ୍ୱଚା କୁଞ୍ଚନ ଦୂର ହୋଇଥାଏ ।
ବନ୍ଧାକୋବି ଅନେକ ଭିଟାମିନ, ପୋଟାସିଅମ, ସଲଫର ରହିଛି, ଯାହା ଶରୀର ପାଇଁ ହିତକର ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏଥିସହିତ ବନ୍ଧାକୋବି ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ।
Follow Us