Advertisment

କର୍କଟ ରୋଗ ଚିକିତ୍ସା ସମ୍ଭବ

Advertisment
କର୍କଟ ରୋଗ ଚିକିତ୍ସା ସମ୍ଭବ

ଭାରତରେ ମୁଖ ଓ ଗଳା କର୍କଟ ରୋଗ ବୃଦ୍ଧି ପାଉଛି। ୨୦୩୦ ସୁଦ୍ଧା ଏହା ଦୁଇଗୁଣା ହୋଇଯିବ। ଭାରତରେ ତମାଖୁ ସେବନ କାରଣରୁ ୬୦ ପ୍ରତିଶତ କର୍କଟ ରୋଗ ମୁଖ ଓ ଗଳା ସମ୍ବନ୍ଧିତ ହୋଇଥାଏ। ମୁଖ ଗହ୍ବର, ନାଶା ଓ ଗଳା କର୍କଟ ରୋଗ ଆଜି ଏକ ସାଧାରଣ ସମସ୍ୟା ହୋଇ ଗଲାଣି ଓ କେବଳ ତମାଖୁ ସେବନ କାରଣରୁ ୮୦ ପ୍ରତିଶତ ମୁଖ ଗହ୍ବର କର୍କଟ ରୋଗ ଦେଖାଦେଉଛି।
କେତେ ପ୍ରକାର ମୁଖ ଓ ଗଳା କର୍କଟ ରହିଛି ?
ମୁଖ ଓ ଗଳା କର୍କଟ ଆପଣଙ୍କ ଗଳା, ବେକ, ସ୍ବରଯନ୍ତ୍ର ଓ ପାଟି ବା ସାଇନସେସରୁ ସୃଷ୍ଟି ହୋଇଥାଏ। ଏହା ସେହି ସବୁ ଅଙ୍ଗରେ ଥିବା କୋଷିକାରୁ ଆରମ୍ଭ ହୋଇ କ୍ରମଶଃ ବ୍ୟାପୀଥାଏ। ପାଞ୍ଚ ପ୍ରକାର ମୁଖ ଓ ଗଳା କର୍କଟ ରହିଛି। ଏହାର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ। ମୁଖ ଓ ଗଳା କର୍କଟ ଶରୀରର ଏହି ସବୁ ଅଙ୍ଗରୁ ସୃଷ୍ଟି ହୋଇପାରେ। ଯଥା- ଫାରିନକ୍ସ, ନାଜାଲ ଓ ପାରାନାଜାଲ ସାଇନସେସ, ଓରାଲ କାଭିଟିଜ, ଲାରିନ୍‌କସ, ସାଲିଭାରୀ ଗ୍ଳାଣ୍ଡସ୍‌।
ମୁଖ ଓ ଗଳା କର୍କଟର ଲକ୍ଷଣଗୁଡ଼ିକ କଣ?: ପ୍ରତ୍ୟେକ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ। କେତେକ ଲକ୍ଷଣ ସାଧାରଣ ହୋଇଥାଏ ଯଥା- ଖାଦ୍ୟ ଢୋକିବାରେ କଷ୍ଟ ଅନୁଭବ, ପାଟିର ଘା’ ଶୁଖେ ନାହିଁ, ରକ୍ତସ୍ରାବ, ବେକରେ ଆବୁ, ଚର୍ମର ରଙ୍ଗ ପରିବର୍ତ୍ତନ।
ମୁଖ ଓ ଗଳା କର୍କଟର କାରଣ ଓ ଆପଦ କାରକଗୁଡ଼ିକ କଣ?: ମୁଖ ଓ ଗଳା କର୍କଟର ସବୁଠାରୁ ବଡ଼ କାରଣ ହେଉଛି କିଛି ପ୍ରକାରର ଭୂତାଣୁର ପ୍ରଭାବ ଯଥା ଏଚପିଭି ଓ ଇବିଭି, ତମାଖୁ ସେବନ, ଫାଷ୍ଟହ୍ୟାଣ୍ଡ ଓ ସେକେଣ୍ଡଲ୍ୟାଣ୍ଡ ଧୂମପାନ ଓ ମଦ୍ୟପାନ। ଏହା ବ୍ୟତୀତ ନିମ୍ନଲିଖିତ ବିଷୟ ଗୁଡ଼ିକ ମୁଖ ଓ। ଗଳା କର୍କଟ ପାଇଁ ଦାୟୀ ଅଟେ ଯଥା ୪୦ ବର୍ଷରୁ ଅଧିକ ବୟସ, ପାଟି ଯତ୍ନର ଅଭାବ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଭିଟାମିନ ଏ ଓ ଭିଟାମିନ ବି ର ଅଭାବ।
ମୁଖ ଓ ଗଳା କର୍କଟର ଚିକିତ୍ସା କିପରି କରିବେ?: ଏହାର ଚିକିତ୍ସା ମୁଖ୍ୟତଃ ସର୍ଜରୀ, ରେଡ଼ିଏସନ୍ ଓ କେମୋଥେରାପି ଦ୍ବାରା କରାଯାଇପାରିବ। ବର୍ତ୍ତମାନ ସମୟରେ ରେଡ଼ିଏସର ଉନ୍ନତ ଟେକନୋଲୋଜି ଦ୍ବାରା ଟାରଗେଟେଡ଼ ରେଡ଼ିଏସନ୍ କରାଯାଉଛି। ଯାହାଦ୍ବାରା ପ୍ରତିକ୍ରିୟା କମ୍ ହେବ ଓ ରୋଗରୁ ଅଧିକ ଉପଶମ ମିଳିବ। ବର୍ତ୍ତମାନ ଅସ୍ତ୍ରୋପଚାର ଓ ରେଡ଼ିଏସନ୍ ମାଧ୍ୟମରେ ଚିକିତ୍ସା କରିବା ନିମନ୍ତେ ଓଡ଼ିଶାରେ ଉଚ୍ଚ ପ୍ରଶିକ୍ଷିତ ଡ଼ାକ୍ତର ଏବଂ ଅତ୍ୟାଧୁନିକ ଉପକରଣ ଉପଲବ୍ଧଥିବାରୁ ଲୋକଙ୍କୁ ହଇରାଣ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାର କୌଣସି ଆବଶ୍ୟକତା ନାହିଁ। ଗରିବ ଲୋକଙ୍କ ଲାଗି ମଧ୍ୟ ସରକାରଙ୍କ ଯୋଜନା ବହୁ ଲାଭପ୍ରଦ ହୋଇପାରୁଛି।
ଡ଼ା ସଞ୍ଜୟ କୁମାର ମିଶ୍ର
ବରିଷ୍ଠ କନ୍‌ସଲଟାଣ୍ଟ, ରେଡ଼ିଏସନ୍ ଅଙ୍କୋଲୋଜି
ଆପୋଲୋ କ୍ୟାନସର ସେଣ୍ଟର, ଭୁବନେଶ୍ବର
ଫୋନ-୯୦୧୯୯୬୦୦୦୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe