ହଜମ ସମ୍ବନ୍ଧିତ ସମସ୍ୟା ହେବ ଦୂର: ଗଳା ଦରଜ ହେଉଥିଲେ ବି ଔଷଧ ପରି କରିବ କାମ

ହଜମ ସମ୍ବନ୍ଧିତ ସମସ୍ୟା ହେବ ଦୂର: ଗଳା ଦରଜ ହେଉଥିଲେ ବି ଔଷଧ ପରି କରିବ କାମ

www.google.com

ଗୁଜୁରାତି ପ୍ରାୟ ସବୁ ଭାରତୀୟ ରୋଷେଇ ଘରେ ମିଳିଥାଏ । ଏହାର ବ୍ୟବହାର ସାଧାରଣତଃ ଲୋକମାନେ ଖାଇବା ବା ଚା’ର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି । ଏହି ଦୁଇଟି କାମ ଅପେକ୍ଷା ଗୁଜୁରାତି ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

ଗୁଜୁରାତିକୁ ଆପଣ ଏକ ଉତ୍ତମ ‘ମାଉଥ୍‌ ଫ୍ରେସ୍‌ନର୍‌’ ବୋଲି କହିପାରନ୍ତି। ଦାନ୍ତ ଘଷିବା ପରେ ମଧ୍ୟ କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ। ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ମାଉଥ୍‌ ଫ୍ରେସନର ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରୁ ମଧ୍ୟ କୌଣସି ଲାଭ ମିଳି ନ ଥାଏ । ଏତେ ସବୁ କରିବା ଅପେକ୍ଷା ଗୋଟିଏ ଗୁଜୁରାତି ଖାଇ ନିଅନ୍ତୁ । ଯାହାର ଫାଇଦା ଆପଣମାନେ ଜାଣି ପାରିବେ ।

ଆଜିକାଲି ଲୋକମାନଙ୍କ କ୍ଷେତ୍ରରେ ହଜମ ସମସ୍ୟା ସାଧାରଣ ହୋଇଗଲାଣି । ଏଭଳି ସମସ୍ୟା ଥିଲେ ପ୍ରତିଦିନ ଗୁଜୁରାତି ସେବନ କରନ୍ତୁ । ଏହା ଦ୍ୱାରା ହଜମ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଓଜନ ହ୍ରାସ କରିବା ପାଇଁ ବି ଗୁଜୁରାତି ଖୁବ୍‌ ଭଲ।

ଗଳା ଦରଜ ହେଉଥିଲେ ବା କାଶ ହେଉଥିଲେ ଗରମ ପାଣି ସହିତ ଗୋଟିଏ ଗୁଜୁରାତି, ଖଣ୍ଡେ ଅଦା, ଗୋଟିଏ ଲବଙ୍ଗ ଏବଂ ୩-୪ଟି ତୁଳସୀ ପତ୍ର ଖାଆନ୍ତୁ । ଏପରି କଲେ ଗଳାର ସମସ୍ୟା ଦୂର ହୋଇଥାଏ। ଗୁଜୁରାତି ଖ‌ାଇବା ଦ୍ବାରା ହଜମ ମଧ୍ୟ ଭଲ ହୋଇଥାଏ। ମାତ୍ର ମନେ ରଖନ୍ତୁ ଯେ ଅତ୍ୟଧିକ ଗୁଜୁରାତି ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe