ଜାଣନ୍ତୁ , କେଉଁ କାରଣରୁ ଆମେ ଚକ୍ଷୁ ସଂକ୍ରମଣର ଶିକାର ହେଉ

ଜାଣନ୍ତୁ , କେଉଁ କାରଣରୁ ଆମେ ଚକ୍ଷୁ ସଂକ୍ରମଣର ଶିକାର ହେଉ

photo--optometry-cet.com

ଅନେକ ସମୟରେ ଆମର ଆଖିରେ କିଛି ପଡ଼ିଗଲେ ଆମେ ଅସ୍ତବ୍ୟସ୍ତ ହୋଇ ଉଠୁ। ହେଲେ ଆମେ ଯେତେବେଳେ ଚକ୍ଷୁ ସଂକ୍ରମଣର ଶିକାର ହୋଇଥାଉ ସେତେବେଳେ କି ଅବସ୍ଥା ଭୋଗୁ ତାହା କେବଳ ଭୁକ୍ତଭୋଗୀ ହିଁ କହିପାରିବ। ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଚକ୍ଷୁ ସଂକ୍ରମଣ ହୋଇଥାଏ ।

-ପ୍ରଥମତଃ ନିୟିତଭାବେ ଆଖିର ବ୍ୟାୟାମ ନକଲେ। ତା ଛଡ଼ା ଯଦି ନିୟମିତଭାବେ କଂପ୍ୟୁଟର ବା ମୋବାଇଲରେ କାମ କଲେ ବି ଏହା ଘଟିବାର ଆଶଙ୍କା ରହିଛି। କାରଣ ଆଖିଉପରେ ମାତ୍ରାଧିକ ଚାପ ହେଲେ ସେଭଳି ପରିସ୍ଥିତି ଉପୁଜିଥାଏ।
- ଦୈନିକ ଅନ୍ୟୁନ ଦୁଇରୁ ତିନିଥର ସ୍ୱଚ୍ଛ ଜଳରେ ଆଖି ନ ଧୋଇଲେ ଚକ୍ଷୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ ।
- ବାଇକ୍‌ ଚଳାଇବା ବେଳେ ଆଖିରେ ଚଷମା ନ ପିନ୍ଧିଲେ ଆଖିରେ ଧୂଳି ଓ ପୋକ ପଡିପାରେ । ଏହା ଚକ୍ଷୁ ସଂକ୍ରମଣର କାରଣ ହୋଇପାରେ ।
- ଯେଉଁମାନେ କଣ୍ଟାକ୍ଟ ଲେନ୍ସ ଲଗାନ୍ତି, ରାତିରେ ଶୋଇବା ବେଳେ ଲେନ୍ସକୁ ନ ଓହ୍ଲାଇଲେ ବି ଏହା ଘଟିଥାଏ ।
-ଆଖିକୁ ହାତରେ ମଳିଲେ ହାତରେ ଥିବା ବ୍ୟାକ୍ଟେରିଆ ଆଖିରେ ପଶିଯାଏ । ଏହା ମଧ୍ୟ ଚକ୍ଷୁ ସଂକ୍ରମଣର ଆଶଙ୍କାକୁ ବଢ଼ାଇଥାଏ ।

publive-image photo-beautyofbeauty.com_

- ରାତିରେ ଶୋଇବା ପୂର୍ବରୁ ମୁହଁ ଓ ଆଖିରେ ମେକଅପ୍‌ ନ ଛଡ଼ାଇଲେ ବି ଏହାର ଆଶଙ୍କା ଥାଏ ।
- ଆଖିରେ ଉନ୍ନତମାନର କାଜଲ୍‌ ନ ଲଗାଇଲେ ବା ଅନ୍ୟର କାଜଲ୍‌ ଲଗାଇଲେ ବି ଚକ୍ଷୁ ସଂକ୍ରମଣର ଆଶଙ୍କା ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe