ଗର୍ଭାଶୟ କର୍କଟରେ ପୁନମଙ୍କ ମୃତ୍ୟୁ; ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

ଗର୍ଭାଶୟ କର୍କଟରେ ପୁନମଙ୍କ ମୃତ୍ୟୁ; ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

ନୂଆଦିଲ୍ଲୀ: ଗର୍ଭାଶୟ କର୍କଟରେ ଶିକାର ହେବାହେତୁ ମାତ୍ର ୩୨ବର୍ଷ ବୟସରେ ପୁନମଙ୍କ ମୃତ୍ୟୁ ହୋଇଛି। ତେବେ ଏହି ରୋଗ ଏକ ମରାତ୍ମକ ରୋଗ। ଯାହାକି ଭାରତର ମହିଳାଙ୍କ କ୍ଷେତ୍ରରେ ଦେଖା ଦେଉଥିବା କର୍କଟ ରୋଗମଧ୍ୟରେ ଗର୍ଭାଶୟ କର୍କଟର ମାମଲା ଅଧିକ ରହିଛି।

ମହିଳଙ୍କ କ୍ଷେତ୍ରରେ ସ୍ତନ କର୍କଟ ପରେ ଏବେ ଗର୍ଭାଶୟ କର୍କଟର ଘଟଣା ଅଧିକ ମାତ୍ରାରେ ଦେଖା ଦେଉଛି। ଏହି ରୋଗର ସଠିକ ସମୟରେ ଉପଚାର ନହେଲେ ଏହା ଜୀବନ ନେଇଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ରୋଗର କାରଣ କ’ଣ ଓ ଏହା ହେଲେ ଶରୀରରେ କେଉଁକେଉଁ ଲକ୍ଷଣ ଦେଖା ଦେଇଥାଏ।

ମହିଳାଙ୍କ ଗର୍ଭାଶୟ କର୍କଟ ହେବାର ମୁଖ୍ୟ କାରଣ ହ୍ୟୁମନ ପୋପିଲୋମା ଭାଇରସ(ଏଚପିଭି) ହୋଇଥାଏ। ଏହି ଭାଇରସ ସଂକ୍ରମଣ ହେଲେ ଗର୍ଭାଶୟ କର୍କଟ ହେବାର ଅନେକ ସମ୍ଭାବନା ଅଛି। କୁହାଯାଏ କି ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖିଲେ ବି ଏହି ସଂକ୍ରମଣ ହୋଇଥାଏ। ଏହା ପ୍ରଥମେ ଗର୍ଭାଶୟର ଭିତର ଟିସୁ ଉପରେ ପ୍ରଭାବ ପକାଇଥାଏ। ତା’ପରେ ଶରୀର ଅନ୍ୟ ଅଂଶକୁ ଆକ୍ରମଣ କରେ।

ତେବେ ଏହି ରୋଗ ହେଲେ ଶରୀର‌ରେ ଦେଖାଯାଉଥିବା ଲକ୍ଷଣ ମଧ୍ୟରେ ରହିଛି, ପରିସ୍ରାରେ ରକ୍ତ ପଡ଼ିବା। ବରମ୍ବାର ପରିସ୍ରା ଲାଗିବା। ଅଧିକ ରକ୍ତସ୍ରାବ ହେବା। ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ବେଳେ କଷ୍ଟ ହେବା। ପିଠିରେ ଯନ୍ତ୍ରଣା ହେବା। ପେଟରେ ଗ୍ୟାସ ହେବା ଭଳି ଯନ୍ତ୍ରଶା। ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ଇତ୍ୟାଦି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe