ମଣିଷ ଦୁଃଖର ଏହା ହୋଇଥାଏ ସବୁଠାରୁ ବଡ଼ କାରଣ...

Advertisment
ମଣିଷ ଦୁଃଖର ଏହା ହୋଇଥାଏ ସବୁଠାରୁ ବଡ଼ କାରଣ...

Quotes Hacks

ମଣିଷ ଜୀବନର ଦୁଃଖ ଏକ ଅଙ୍ଗ ପରି। ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ଦୁଃଖ ନିଶ୍ଚୟ ରହିଛି। ଦୁଃଖର ଅନେକଗୁଡ଼ିଏ କାରଣ ରହିଥାଏ। ଆମେ ନିଜେ ଚାହିଁଲେ ସେ ଦୁଃଖ ସବୁକୁ ଦୂର କରାଯାଇପାରେ। ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟଙ୍କ ବିଷୟରେ ପୂର୍ବରୁ ଆମେ ଅନେକ କଥା ଆଲୋଚନା କରିଛନ୍ତି। ତେବେ, ଦୁଃଖକୁ ନେଇ ସେ କହିଥିବା କିଛି କଥା ‌ବେଶ୍‌ ଆବଶ୍ୟକୀୟ, ଯାହ‌ାକୁ କି ଆମ ସମସ୍ତଙ୍କୁ ମାନି ଚଳିବା ଉଚିତ। ଚାଣକ୍ୟ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି। ଅନେକ ସମୟରେ ଦୁଃଖୀ ଲୋକ ପାଇଁ ଚାଣକ୍ୟଙ୍କ ବାଣୀ ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ହିସାବରେ ମଣିଷର ଦୁଃଖର ଏକ ନିର୍ଦ୍ଦିଷ୍ଟ କାରଣ ଥାଏ।

ସେ ନିଜ ମନକୁ ମଣିଷର ଦୁଃଖର କାରଣ ବୋଲି ତାଙ୍କ ଦ୍ବାରା ଲିଖିତ ଏକ ଶ୍ଳୋକ ଜରିଆରେ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବା ଅନୁସାରେ ଭଗବାନ ଆମମାନଙ୍କୁ ମୋକ୍ଷ ପ୍ରାପ୍ତି ପାଇଁ ମଣିଷ ଜୀବନ ଦେଇଛନ୍ତି। ମ‌ାତ୍ର ଆମେ କାମ, କ୍ରୋଧ, ଲୋଭ, ମୋହରେ ବୁଡ଼ି ରହି ଆମର ବାସ୍ତବ ଲକ୍ଷ୍ୟକୁ  ଭୁଲି ଯାଇଥାଉ। ଏସବୁ ମନ ହିଁ କରାଉଛି। ତେଣୁ, ମନ ହେଉଛି ଦୁଃଖର ସବୁଠାରୁ ବଡ଼ କାରଣ।

publive-image Indus Library

ଆମକୁ ନିଜ ମନକୁ ସବୁ ବିକାରରୁ ମୁକ୍ତ କରିଦେବା ଉଚିତ। ମନକୁ ନିଜ ଆୟତ୍ତରେ କରିବା ଉଚିତ। ଏପରି କରିବା ଦ୍ବାରା ହିଁ କଲ୍ୟାଣ ସମ୍ଭବ। ସେ ଏହି ଶ୍ଳୋକରେ ଆହୁରି ବି କହିଛନ୍ତି ଯେ ମଣିଷର ବନ୍ଧନ ଓ ମୋକ୍ଷର କାରଣ ବି ମନ। ସେ ଆହୁରି ବି କହିଛନ୍ତି କି ମନ ହିଁ ମଣିଷକୁ ପାପ କର୍ମ ଆଡକୁ ଆଗ୍ରସର କରାଇଥାଏ। ଆମେ ନିଜ ମନକୁ ଆୟତ୍ତରେ ରଖି ଦେଲେ ଦୁଃଖ ଆମକୁ ଛୁଇଁପାରିବ ନାହିଁ। ମନ କବଳରେ ରହୁଥିବା ଲୋକ ଜୀବନ ଓ ମୃତ୍ୟୁ ଚକ୍ରରୁ ବି କେବେ ହେଲେ ମୁକ୍ତ ହୋଇପାରେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe