ଆପଣଙ୍କ ପିଲା ‘W’ ସେପ୍‌ରେ ବସୁଛନ୍ତି କି? ତୁରନ୍ତ ଅଭ୍ୟାସ ବଦଳାନ୍ତୁ

Advertisment
ଆପଣଙ୍କ ପିଲା ‘W’ ସେପ୍‌ରେ ବସୁଛନ୍ତି କି? ତୁରନ୍ତ ଅଭ୍ୟାସ ବଦଳାନ୍ତୁ

ପିଲାମାନେ ସାଧାରଣତଃ ବିଭିନ୍ନ ପ୍ରକାର ଢଙ୍ଗରେ ବସିଥାନ୍ତି, ଶୋଇଥାନ୍ତି ଓ ଅନ୍ୟ ସମସ୍ତ କାର୍ଯ୍ୟ କରିଥାନ୍ତି। ସେମାନଙ୍କର କିଛି କାମର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ନଥାଏ। ମାତ୍ର ସେଥି ମଧ୍ୟରୁ କେତୋଟି ଅଭ୍ୟାସରେ ପରିଣତ ହୋଇଯାଏ, ଯାହା ସେମାନଙ୍କ ଭିତରେ ପ୍ରତିଦିନ ଦେଖିବାକୁ ମିଳିଥାଏ। ଅନେକ ପିଲା ‘W’ ପରି ବସିଥାନ୍ତି। ଯଦି ଆପଣଙ୍କ ପିଲା ବି ଏପରି ବସୁଥାନ୍ତି, ତେବେ ତୁରନ୍ତ ସେମାନଙ୍କ ଅଭ୍ୟାସ ଭାଙ୍ଗନ୍ତୁ। କାହିଁକି ନା, ଏହି ସେପ୍‌ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ କ୍ଷତିକାରକ।

ଗବେଷକମାନେ ମତ ଦେଇଛନ୍ତି ଯେ ଏପରି ଭାବେ ବସୁଥିବା ପିଲାଙ୍କର ଶାରୀରିକ ଓ ମାନସିକ କ୍ଷେତ୍ରରେ ଶୀଘ୍ର ବିକାଶ ହୋଇନଥାଏ। ତେବେ, ଏପରି ବସିବା ଦ୍ୱାରା କ’ଣ ସବୁ ସମସ୍ୟା ହୋଇଥାଏ ତାହା ନିମ୍ନରେ ଦର୍ଶାଯାଇଛି।

-‘W’ ସେପ୍‌ରେ ବସୁଥିବା ପିଲାମାନଙ୍କର ଶୀଘ୍ର ହାଡ଼ ସମସ୍ୟା ଉପୁଜିଥାଏ।

publive-image

-ଏପରି ବସିବା ଦ୍ୱାରା ନିତମ୍ବ ହାଡ଼ ଏପଟ ସେପଟ ହୋଇଯାଇପାରେ।

publive-image

-ମାଂସପେଶୀ ଟାଣ ହୋଇଯାଇଥାଏ।

publive-image

-ଏପରି ବିସିବା ଶୈଳୀ ମସ୍ତିଷ୍କ ଜନୀତ ରୋଗର ବି କାରଣ ହୋଇପାରେ।

publive-image

-ଏପରି ବସିବା ଦ୍ୱାରା ପିଲା ମାନସିକ ଭାବେ ହତୋତ୍ସାହିତ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe