ଏମାନଙ୍କୁ କେବେ ହସ ମାଡ଼େ ନାହିଁ, ଜାଣନ୍ତୁ ଏମାନେ କିଏ?

ଏମାନଙ୍କୁ କେବେ ହସ ମାଡ଼େ ନାହିଁ, ଜାଣନ୍ତୁ ଏମାନେ କିଏ?

ହସ ଗୋଟାଏ ଓଠରୁ ଅନ୍ୟ ଏକ ଓଠକୁ ଡେଇଁପାରେ। ଗୋଟାଏ ଲୋକର ହସ ଅନ୍ୟ ଏକ ଲୋକର ହସର କାରଣ ହୋଇପାରେ। ଟିକିଏ ହସ ଗୋଟାଏ ସୁସମାଜ ଗଠନ କରିବା ପାଇଁ ଯଥେଷ୍ଟ। ହସ ଦୁର୍ଲଭ ବି ସହଜସାଦ୍ଧ୍ୟ ବି। ମନ ଖୋଲା ଥିଲେ ଖୁବ୍‌ ସହଜାରେ ହସ ଓଠରେ ଦିଶେ। ମନ ଠିକ୍‌ ନଥିଲେ ତାହା ଦୁର୍ଲଭ ହୋଇଯାଏ। ତେବେ, ଚାଲନ୍ତୁ ଜାଣିବା କେଉଁମାନଙ୍କୁ କେବେ ହସ ମାଡ଼େ ନାହିଁ।

ସ୍ୱାମୀ ଅଭିମାନିନୀ: ସ୍ୱାମୀଙ୍କ ପାଖରେ ଅଭିମାନ କରିବା ଅଧିକାଂଶ ପତ୍ନୀଙ୍କ ପ୍ରବୃତ୍ତି ହୋଇଥାଏ। ଅଭିମାନୀ ପତ୍ନୀଟିଏ କେବେ ହସେନା। ସେ ସ୍ୱାମୀଙ୍କ ଆଗରେ ମୁହଁ ଫୁଲେଇ ଅଭିମାନ କରି ସ୍ୱାମୀଙ୍କ ସମବେଦନା ପାଇବାକୁ ଚାହେଁ।

ପୁତ୍ରହରା ମାତା: ଜଣେ ମାଆର ସବୁତକ ସୁଖ ନିଜ ସନ୍ତାନ ପାଖରେ ବନ୍ଧା ବୋଲି କହିଲେ ଭୁଲ୍‌ ହେବନି। ବିଶେଷକରି ପୁତ୍ରଟିଏ ମାଆର ମଉଡ଼ମଣି ହୋଇଥାଏ। ଯଦି କୌଣସି କାରଣରୁ ମାଆ କୋଳରୁ ପୁଅ ଚାଲିଯାଏ ତେବେ ସେ ମାଆ କେବେ ଜୀବନରେ ହସି ପାରେନା।

publive-image

ଧନ ହରାଇଥିବା ରଙ୍କ: ଅତ୍ୟନ୍ତ ଧନ ଲୋଭୀ ବ୍ୟକ୍ତିଟିଏ ଯଦି ଧନ ହରାଏ ସେ କ’ଣ ଆଉ କେବେ ହସିପାରିବ। ଧନହାନୀ କଷ୍ଟ ସମସ୍ତଙ୍କୁ ବାଧେ। ମାତ୍ର ଧନ ପ୍ରତି ଅହେତୁକ ଲୋଭ ଥିବା ବ୍ୟକ୍ତିଟିଏ ଧନ ହରାଇଲା ପରେ ଆଉ କେବେ ହସିପାରେନା।

ରାଜଦଣ୍ଡିତ ଲୋକ: ଦଣ୍ଡ ପାଇଥିବା ଲୋକର ପୁଣି ଖୁସି କ’ଣ ଯେ ସେ ହସିବ? ତେଣୁ ରାଜ ଦଣ୍ଡିତ ଲୋକ ବି କେବେ ହସିପାରେନା ବୋଲି ଚାଣକ୍ୟ ଜଣାଇଛନ୍ତି।

କୃପଣ: କୃପଣର ପୂରା ସମୟ ନିଜ ଧନ-ସମ୍ପତ୍ତି ବିଷୟରେ ଚିନ୍ତା କରି କରି ବିତିଯାଏ। କାଳେ କାହାକୁ ଚାହିଁ ହସି ଦେଲେ କିଏ ଧନ-ସମ୍ପତ୍ତି ମାଗିଦେବ ଭାବି କୃପଣ କେବେ ହସିନଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe