ଚାଣକ୍ୟ ନୀତି: ଏହି ୬ଟି ଭୁଲ୍‌ କେବେ ବି କରନ୍ତୁ ନାହିଁ, ଏହାର ପରିଣାମ ପଶ୍ଚାତାପ ହୋଇଥାଏ

Advertisment
ଚାଣକ୍ୟ ନୀତି: ଏହି ୬ଟି ଭୁଲ୍‌ କେବେ ବି କରନ୍ତୁ ନାହିଁ, ଏହାର ପରିଣାମ ପଶ୍ଚାତାପ ହୋଇଥାଏ

ମଣିଷ ମାନେ ହିଁ କିଛି ନା କିଛି ଭୁଲ୍‌ ନିଶ୍ଚୟ ରହିବ। ନିର୍ଭୁଲ ମଣିଷଟିଏ ସଂସାରରେ ଅଛି କି? ଭଗବାନ ବି ମର୍ତ୍ତ୍ୟମଣ୍ଡଳରେ ଜନ୍ମ ନେଇ କିଛି ନା କିଛି ଭୁଲ୍‌ କରିଥିବାର କଥା ରହିଛି। ତେଣୁ ଭୁଲଟା କୌଣସି ମତେ ଅପରାଧ ନୁହେଁ। ମାତ୍ର ଏମିତି କିଛି ଭୁଲ୍‌ ଅଛି ଯାହାକି ଅପରାଧଠୁ ବଳି। ସେପରି ଭୁଲ୍‌ କରୁଥିବା ବ୍ୟକ୍ତି କ୍ଷମା ପାଇବାକୁ ଯୋଗ୍ୟ ନୁହଁନ୍ତି। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ।

ବିଶ୍ୱାସ ହରାଇବା ଏକ ଅକ୍ଷ୍ୟମଣୀୟ ଭୁଲ୍‌ ଅନ୍ତର୍ଭୁକ୍ତ। ଅନ୍ୟ ଯେଉଁ ଭୁଲ୍‌ ପାଇଁ ହୁଏତ କ୍ଷମା ଥାଇପାରେ। ମାତ୍ର କାହାର ବିଶ୍ୱାସ ହରାଉଥିଲେ ଆପଣ କ୍ଷମା ପଦବାଚ୍ୟ ନୁହଁନ୍ତି ବୋଲି ଚାଣକ୍ୟ କହିଛନ୍ତି।

ଅନ୍ୟର ଦୁର୍ବଳତା ତା’ଙ୍କ ସମ୍ମୁଖରେ କହିବା ବି ସେହିପରି ଏକ ଭୁଲ୍‌ ସହ ସମାନ। ପ୍ରତ୍ୟେକ ମଣିଷର କିଛି ନା କିଛି ଦୁର୍ବଳତା ରହିଛି। ମାତ୍ର କାହାର ଦୁର୍ବଳତାଙ୍କୁ ତାଙ୍କ ସମ୍ମୁଖରେ କହିବା ଉତ୍ତମ ଲୋକର କାର୍ଯ୍ୟ ହୋଇନଥାଏ।

ଅଧିକାଂଶ ସମୟରେ ଅନ୍ୟର ଭାବନା ନବୁଝି ଆମେ ପ୍ରତିକ୍ରିୟାଶୀଳ ହୋଇପଡୁ। କାହାର ଭାବନା ନବୁଝିବା ହୁଏତ ଆମର ଅପାରଗତା ମାତ୍ର ପ୍ରତିକ୍ରିୟା ଦେଖାଇବା ଏକ ବିରାଟ ଭୁଲ୍‌ ହୋଇଥାଏ।

publive-image

ସତ କହିବା ପାଇଁ ସମସ୍ତେ ପରାମର୍ଶ ଦିଅନ୍ତି। ମାତ୍ର ଯଦି କୌଣସି ସତରେ କାହା ମନକୁ କଷ୍ଟ ହେଉଛି ସେପରି ଅପ୍ରିୟ ସତ କୁହନ୍ତୁ ନାହିଁ।

ଆହାର ମୁହଁରେ ପାହାର କଥାଟି ତ ଆପଣ ଶୁଣିଥିବେ ନିଶ୍ଚୟ। ଆପଣଙ୍କ ଶତ୍ରୁ ହୁଅନ୍ତୁ ପଛେ କାହାରି ଭାତ ଥାଳିରେ କେବେ ଧୂଳି ଫିଙ୍ଗନ୍ତୁ ନାହିଁ।

ଯଦି କେହି ଆପଣଙ୍କ ନିକଟରେ ଆତ୍ମସମର୍ପଣ କରିଦେଇଛନ୍ତି ତେବେ ଯେକଣସି ବି ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରନ୍ତୁ। ସେପରି ଲୋକକୁ ଅଣଦେଖା କରିବା ଭୁଲ୍‌ ନୁହେଁ ପାପ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe