ଏହି ଫଳରେ ଅଛି ଅନେକ ଔଷଧୀୟ ଗୁଣ, ଏହାକୁ ଆପଣ ଦୈନିକ ଖାଦ୍ୟରେ ବି ସାମିଲ୍‌ କରିପାରନ୍ତି

Advertisment
ଏହି ଫଳରେ ଅଛି ଅନେକ ଔଷଧୀୟ ଗୁଣ, ଏହାକୁ ଆପଣ ଦୈନିକ ଖାଦ୍ୟରେ ବି ସାମିଲ୍‌ କରିପାରନ୍ତି

healthline

ଚେରି ଖାଇବାକୁ କାହାକୁ ବା ଭଲ ଲାଗେନି ? ଏହା ଏମିତି ଏକ ଫଳ ଯାହାକି ଅଧିକାଂଶ ଲୋକଙ୍କ ପ୍ରିୟ। ଅନେକ ଲୋକ ଭାବିଥାନ୍ତି ଚେରି ଅତିରିକ୍ତ ମିଠା ହୋଇଥିବାରୁ ଏହା ହୁଏତ ଶରୀର ପାଇଁ ହାନୀକାରକ ହୋଇପାରେ। ମାତ୍ର ଏହା ସେମାନଙ୍କ ଭ୍ରାନ୍ତ ଧାରଣା। ବାସ୍ତବରେ କହିବାକୁ ଗଲେ ଚେରିରେ କୌଣସି କ୍ଷତିକାରୀ ଉପାଦାନ ନାହିଁ। ଏହା ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଚେରିରେ କେଉଁ ସବୁ ଭଲ ଗୁଣ ରହିଛି।

ଚେରିରେ ଏମିତି ଉପାଦାନ ରହିଛି ଯାହାକି ସହଜରେ ତ୍ୱଚାରେ ବାର୍ଦ୍ଧକ୍ୟପଣ ଆସିବାକୁ ଦିଏ ନାହିଁ। ନିୟମିତ ଚେରି ଖାଉଥିଲେ ତ୍ୱଚାର ଔଜଲ୍ୟ ସେମିତି ରହେ।

ଏଥିରେ ପ୍ରଚୁର ପରିମାଣର ଶକ୍ତି ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। କାର୍ଯ୍ୟ କରିବା ପାଇଁ ପ୍ରଚୁର ବଳ ମିଳେ।

publive-image

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଚେରି ଖୁବ୍‌ ଭଲ। ଚେରି ଖାଇ ଆପଣ ନିଜ ପେଟ ପୂରାଇ ପାରନ୍ତି। କାହିଁକି ନା, ଚେରିରେ ଆଦୌ ବି ଫ୍ୟାଟ୍‌ ନାହିଁ।

ହୃଦ୍‌ରୋଗୀଙ୍କ ପାଇଁ ଚେରି ଖୁବ୍‌ ଭଲ। ଚେରି ଖାଇବା ଦ୍ୱାରା ନିଜ ସ୍ୱାସ୍ଥ୍ୟବସ୍ଥାକୁ ଆୟତ୍ତରେ ରଖିହେବ।

ଯଦି ଆପଣଙ୍କର ରାତିରେ ନିଦ ନ ହେବାର ଅଭ୍ୟାସ ରହିଛି ତେବେ ଚେରି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। ଏପରିକି ଉତ୍ତମ ନିଦ୍ରା ପାଇଁ ଲୋକେ ରାତିରେ ଚେରି ଜୁସ୍‌ ବି ପିଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe