Advertisment

କଞ୍ଚା ଭୁର୍ସୁଙ୍ଗ ପତ୍ର ଚୋବାନ୍ତୁ, କେଶ ଝଡ଼ିବା ବନ୍ଦ ହେବ!

Advertisment

ଭୁର୍ସୁଙ୍ଗ ପତ୍ର ଖାଲି ରୋଷେଇରେ ବ୍ୟବହାର ହୁଏନି, ଏହାକୁ ‌େସୗନ୍ଦର୍ଯ୍ୟ ଓ ପ୍ରସାଧନରେ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀର ସାଙ୍ଗକୁ କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କାରଣ ଭୁର୍ସୁଙ୍ଗ ପତ୍ରରେ ଭରି ରହିଛି ପ୍ରଚୁର ପରିମାଣର ଭିଟାମିନ୍‌ ଏ, ବି, ସି ଓ ଡି ଏବଂ ଏହାସହିତ କ୍ୟାଲ୍‌ସିୟମ୍‌...

Updated On

ଭୁର୍ସୁଙ୍ଗ ପତ୍ର ଖାଲି ରୋଷେଇରେ ବ୍ୟବହାର ହୁଏନି, ଏହାକୁ ‌େସୗନ୍ଦର୍ଯ୍ୟ ଓ ପ୍ରସାଧନରେ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀର ସାଙ୍ଗକୁ କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କାରଣ ଭୁର୍ସୁଙ୍ଗ ପତ୍ରରେ ଭରି ରହିଛି ପ୍ରଚୁର ପରିମାଣର ଭିଟାମିନ୍‌ ଏ, ବି, ସି ଓ ଡି ଏବଂ ଏହାସହିତ କ୍ୟାଲ୍‌ସିୟମ୍‌...

ଅଦ୍ୟତନ ହୋଇଛି
hfkhfhfkhk

ଭୁର୍ସୁଙ୍ଗ ପତ୍ର ଖାଲି ରୋଷେଇରେ ବ୍ୟବହାର ହୁଏନି, ଏହାକୁ ‌େସୗନ୍ଦର୍ଯ୍ୟ ଓ ପ୍ରସାଧନରେ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀର ସାଙ୍ଗକୁ କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କାରଣ ଭୁର୍ସୁଙ୍ଗ ପତ୍ରରେ ଭରି ରହିଛି ପ୍ରଚୁର ପରିମାଣର ଭିଟାମିନ୍‌ ଏ, ବି, ସି ଓ ଡି ଏବଂ ଏହାସହିତ କ୍ୟାଲ୍‌ସିୟମ୍‌, ଆଇରନ୍‌ ଓ ଫସ୍‌ଫରସ୍‌ ପରି ମିନେରାଲ୍‌ସ। ବିଭିନ୍ନ ପୋଷକ ତତ୍ତ୍ବରେ ଭରି ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।

ତେବେ କଞ୍ଚା ଭୁର୍ସୁଙ୍ଗ ପତ୍ର ଚୋବାଇ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୁଏ। ଏଥିରେ ଥିବା ବିଟା-କାରୋଟିନ୍‌ ଓ ପ୍ରୋଟିନ୍‌ କେଶକୁ ମୋଟା ଓ ଚିକ୍କଣ କରିବା ସହ କେଶ ଝଡ଼ିବା ବନ୍ଦ କରାଏ। ପୁଣି କେଶ ମୂଳ ଶକ୍ତ କରିବାରେ ସାହାଯ୍ୟ କରେ। ସେତିକି ନୁହେଁ, ତ୍ବଚାର କୋଷ ବୃଦ୍ଧି ଏବଂ ରକ୍ତ ସଂଚାଳନ ବୃଦ୍ଧି ସହିତ ଅନ୍ୟାନ୍ୟ ସମସ୍ୟାରୁ ବି ମୁକ୍ତିଦିଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

ଭୁର୍ସୁଙ୍ଗ ପତ୍ରକୁ ପ୍ରଥମେ ପ୍ରଥମେ କମ୍‌ ପରିମାଣରେ ଚୋବାଇ ଖାଆନ୍ତୁ। ଅଧିକ ପରିମାଣର ଖାଇଲେ ହୁଏତ ଆଲର୍ଜି କିମ୍ବା ହଜମ ଜନିତ ସମସ୍ୟା ଦେଖାଦେଇପାରେ। ଏଣୁ ଏହାକୁ ଖାଇବା ପୂର୍ବରୁ ଆର୍ୟୁବେଦ ବିଶେଷଜ୍ଞ ଅଥବା ଡାକ୍ତରଙ୍କ ସହ ପରାମର୍ଶ କରି ଖାଇବା ଉଚିତ। ବିଶେଷ କରି ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe