chicken seekh kabab recipe Photograph: (@sambad.in)
ସିଖ କବାବ ଭାରତର ପ୍ରିୟ ରେସିପି ମଧ୍ୟରୁ ଗୋଟିଏ। ଏହା ମୋଗଲ ଯୁଗରୁ ତିଆରି ହୋଇଆସୁଛି। ସିଖ କବାବ ଚିକେନ୍ ଏବଂ ମଟନ୍ ଉଭୟରେ ତିଆରି କରାଯାଏ। ଏହାର ସ୍ୱାଦ ବହୁତ ସ୍ୱାଦିଷ୍ଟ ଏବଂ ମସଲାଦାର ହୋଇଥାଏ। ଆପଣ ଏହାକୁ ସନ୍ଧ୍ୟାରେ ଏକ ସ୍ନାକ୍ସ ଭାବରେ ମଧ୍ୟ ଖାଇପାରିବେ।
ଅଧିକପଢ଼ନ୍ତୁ: ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ତିନି
ଚିକେନ୍ କବାବ୍ ପ୍ରସ୍ତୁତ ପାଇଁ ସାମଗ୍ରୀ
ଚିକେନ୍: ୫୦୦ ଗ୍ରାମ
ଲେମ୍ବୁ ରସ: ୨ ଚାମଚ
କ୍ରିମ୍: ୨ ଚାମଚ
କଟା ପିଆଜ: ୧
ଧନିଆ ପତ୍ର: ୧/୨କପ୍
ଅଦା ରସୁଣ ପେଷ୍ଟ: ୨ ଚାମଚ
ଚଣା ମଇଦା: ୩ ଚାମଚ
ଧନିଆ ପାଉଡର: ୧ ଚାମଚ
ଲଙ୍କା ପାଉଡର: ୧ ଚାମଚ
ହଳଦୀ ପାଉଡର: ୧/୨ ଚାମଚ
ଜୀରା ପାଉଡର: ୧/୨ ଚାମଚ
ଗରମ ମସଲା: ୧ ଚାମଚ
ଲୁଣ: ସ୍ୱାଦ ଅନୁସାରେ ୧ ଚାମଚ
ସିଖ କବାବ୍ ତିଆରି କରିବାର ପଦ୍ଧତି ଖୁବ ସହଜ
ପ୍ରଥମେ କଣ୍ଟା ନଥିବା ୫୦୦ ଗ୍ରାମ କଞ୍ଚା ଚିକେନକୁ ଗ୍ରାଇଣ୍ଡର କରି ଦିଅନ୍ତି। ସେଥିରେ ଲେମ୍ବୁ ରସ ଓ କ୍ରିମ ମିଶାଇ କିଛି ସମୟ ପାଇଁ ରଖନ୍ତୁ। ୧୦ରୁ ୧୫ ମିନିଟ ରଖିବା ପରେ ସେଥିରେ ବେସନ, ପିଆଜ, ସବୁଜ ଲଙ୍କା, ଅଦା-ରସୁଣ ପେଷ୍ଟ, ଏବଂ ସମସ୍ତ ମସଲା (ଧନିଆ ପାଉଡର, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଚାଟ୍ ମସଲା ଏବଂ ଗରମ ମସଲା) ମିଶାନ୍ତୁ।
ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଉକ୍ତ ମିଶ୍ରଣକୁ ରଖିବା ପରେ ସେଥିରେ ସ୍ବାଦ ଅନୁଯାୟୀ ଲୁଣ ମିଶାଇ ଗୁଳା କରନ୍ତୁ। ଉକ୍ତଗୁଳାଗୁଡ଼ିକୁ ରୋଲ ଭଳି ଆକାର ଦେଇ କବାବ କାଠି ପୁରାନ୍ତୁ। କିପରି ଆକୃତି ଦେବେ ଆପଣ ଫଟୋ ଦେଖି ସ୍ପଷ୍ଟ ଭାବେ ଜାଣି ପାରିବେ। ଏହାପରେ ଗ୍ୟାସ୍ ଉପରେ ବସାଇଥିବା ପ୍ୟାନକୁ ଗରମ କରନ୍ତୁ। ସେଥିରେ ଅଳ୍ପ ତେଲ ମିଶାନ୍ତୁ ଏବଂ କବାବକୁ ଉପର ତଳ କରି ହାଲୁକା ଆଞ୍ଚରେ ଭାଜନ୍ତୁ। ଏହାପରେ ଆମର ଗରମାଗରମା ସିଖ କବାବକୁ ଚଟଣି କିମ୍ବା ସସ୍ ସହିତ ପରିବାର ସଦସ୍ୟ ହୁଅନ୍ତୁ ଅବା ଅତିଥିଙ୍କୁ ପରସି ଦିଅନ୍ତୁ।
ଅଧିକପଢ଼ନ୍ତୁ:ବିଏଚୟୁ ନିଯୁକ୍ତି ୨୦୨୫: ୮ମ ଶ୍ରେଶୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ
Follow Us