ସ୍ବଚ୍ଛ ଦାନ୍ତ, ସ୍ବଚ୍ଛ ଭାରତ: ୧୬ରେ ବିଶ୍ବ ଏଣ୍ଡୋଡୋଣ୍ଟିକ ଦିବସ

ସ୍ବଚ୍ଛ ଦାନ୍ତ, ସ୍ବଚ୍ଛ ଭାରତ: ୧୬ରେ ବିଶ୍ବ ଏଣ୍ଡୋଡୋଣ୍ଟିକ ଦିବସ

ଚଳିତ ଥର ବିଶ୍ବ ଏଣ୍ଡୋଡୋଣ୍ଟିକ ଦିବସର ମୂଳ ମନ୍ତ୍ର ରହିଛି ସ୍ବଚ୍ଛ ଦାନ୍ତ, ସ୍ବଚ୍ଛ ଭାରତ। ଏନେଇ ସମସ୍ତ ଡେଣ୍ଟାଲ୍ କଲେଜ ଓ ହସ୍‌ପିଟାଲରେ ଜନ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ଏଥରର ଆକ‌ର୍ଷଣ ହେଉଛି ନୂତନ ଶୈଳୀ ଓ କୌଶଳ, ଯାହା ଲୋକଙ୍କୁ ଆକର୍ଷିତ କରିବ। ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଏଣ୍ଡୋଡୋଣ୍ଟିକ ଆସୋସିଏସନ୍‌ ଚଳିତ ଥର ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଆସନ୍ତା ୧୬ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯିବ। ଏଭଳି ପ୍ରସ୍ତାବକୁ ଭାରତର ମୁଖ୍ୟ ଇଣ୍ଡିଆନ ଏଣ୍ଡୋଡୋଣ୍ଟିକ ସୋସାଇଟ୍ ସ୍ବୀକୃତି ଦେଇଛି। ଏହାର ପ୍ରସାର ଓ ପ୍ରଚାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣ୍ଡୋଡୋଣ୍ଟିଷ୍ଟମାନେ ବିଶେଷତଃ ରୁଟ୍‌କେନାଲ ସ୍ପେସାଲିଷ୍ଟ୍ କିମ୍ବା ଦାନ୍ତ ସଂରକ୍ଷଣ ବିଶେଷଜ୍ଞ।

ରୁଟ୍‌ କେନାଲ କାମ କରି ନଷ୍ଟ ଦାନ୍ତକୁ ସୁରକ୍ଷିତ କରାଯାଇଥାଏ। ଆସନ୍ତା ‘ବିଶ୍ବ ଏଣ୍ଡୋଡୋଣ୍ଟିକ ଦିବସ’କୁ ସର୍ବ ଭାରତୀୟସ୍ତରରେ ରୁଟକେନାଲ ସ୍ପେସାଲିଷ୍ଟମାନେ ନିଜ ନିଜ ଡେଣ୍ଟାଲ କଲେଜ ଏବଂ ହସ୍ପିଟାଲରେ ପାଳନ କରି ଜନ ସଚେତନତା ସୃଷ୍ଟି କରିବେ। ଦନ୍ତରୋଗରେ ପୀଡ଼ିତ ଲୋକେ କିପରି ନିଜ ଦାନ୍ତର ଯତ୍ନ ନେବେ ଏବଂ ସେମାନେ କିଛି ଭୁଲ ପଦକ୍ଷେପ ନେବା ପୂର୍ବରୁ ନିକଟସ୍ଥ ଡେଣ୍ଟାଲ କଲେଜ ଏବଂ ହସ୍ପିଟାଲରେ ଥିବା ରୁଟ୍‌କେନାଲ୍ ସ୍ପେସାଲିଷ୍ଟଙ୍କ ସହ ଯୋଗାଯୋଗ କରିପାରିବେ, ସେ ଦିଗରେ ପରାମର୍ଶ ନେଇପାରିବେ। ଏହାଛଡ଼ା ଦାନ୍ତର ଉତ୍ତମ ଚିକିତ୍ସା କରାଇ ଖରାପ ଦାନ୍ତର ପୁନରୁଦ୍ଧାର କରିପାରିବେ। ସମସ୍ତ ପ୍ରକାରର ଦାନ୍ତ ରୋଗ ଠାରୁ ଦୂରେଇ ରହିବା ଏବଂ ମଜଭୁତ୍ ଦାନ୍ତ ସହ ଖୁସିରେ ଜୀବନଯାପନ କରିପାରିବା ପାଇଁ ଏହା ‘ଇଣ୍ଟରନ୍ୟାସନାଲ ଫେଡ଼େରେସନ ଅଫ ଏଣ୍ଡୋଡୋଣ୍ଟିକ ଆସୋସିଏସନ’ ଏବଂ ‘ଇଣ୍ଡିଆନ ଏଣ୍ଡୋଡୋଣ୍ଟିକ ସୋସାଇଟ୍‌’ର ଏକ ମିଳିତ ବୃହତ୍ ପଦକ୍ଷେପ। ଏଦିନ ଭାରତର ସମସ୍ତ ରାଜ୍ୟରେ ଥ‌ିବା ଡେଣ୍ଟାଲ କଲେଜ ଏବଂ ହସ୍‌ପିଟାଲରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି କ୍ରମରେ ଓଡ଼ିଶାର ୪ଟି କଲେଜ ଏବଂ ହସ୍ପିଟାଲକୁ ସାମିଲ କରାଯାଇଛି। କଟକର ଏସ୍‌ସିବି ଡେଣ୍ଟାଲ କଲେଜ ଓ ହସ୍ପିଟାଲ, ଭୁବନେଶ୍ବରର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ଡେଣ୍ଟାଲ୍ ସାଇନସେସ୍‌, ସୋଆ ୟୁନିଭରସିଟି, ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍‌ ଅଫ ଡେଣ୍ଡାଲ୍ ସାଇନସେସ୍‌ ଏବଂ ଭୁବନେଶ୍ବରର ହାଇଟେକ୍ ଡେଣ୍ଟାଲ୍ କଲେଜ ଓ ହସ୍ପିଟାଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe