ଏହି ତୈଳରେ ରହିଛି ଅନେକ ସୁଗୁଣ; ମସ୍‌ଚୁରାଇଜର୍‌ ପରି କାମ କରେ, କେଶ ପାଇଁ ଖୁବ୍ ଭଲ

Advertisment
ଏହି ତୈଳରେ ରହିଛି ଅନେକ ସୁଗୁଣ; ମସ୍‌ଚୁରାଇଜର୍‌ ପରି କାମ କରେ, କେଶ ପାଇଁ ଖୁବ୍ ଭଲ

www.google.com

ଗରିବରୁ ନେଇ ଧନୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ତେଲଟିଏ ହେଉଛି ନଡ଼ିଆ ତେଲ। ନଡିଆ ତେଲରେ ଥିବା ଫ୍ୟାଟି ଏସିଡି ଚର୍ବି କମ୍‌ କରିବାରେ ସହାୟ ହୋଇଥାଏ। ଅନେକ ଲୋକ ଏହାକୁ ରାନ୍ଧିବା ପାଇଁ ବି ବ୍ୟବହାର କରନ୍ତି। ଅନେକ ଦ୍ରବ୍ୟ ଯେପରିକି ଭଜା ଖାଦ୍ୟ, ମିଠା, ସାମ୍ପୁ ଆଦିରେ ନଡ଼ିଆ ତେଲ ବ୍ୟବହାର କରାଯାଏ।

କିଛି ବର୍ଷ ତଳେ ହୋଇଥିବା ଏକ ସର୍ବେକ୍ଷଣର ଫଳାଫଳରୁ ଜଣାପଡିଥିଲା ଯେ ନଡ଼ିଆ ତେଲକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇପାରେ। ଏହାଛଡ଼ା ଡାକ୍ତରମାନେ କହନ୍ତି ଯେ କୋଲେଷ୍ଟ୍ରଲ ଉପରେ ନଡିଆ ତେଲର ପ୍ରଭାବ ଅଲିଭ୍ ତେଲ ସହିତ ସମାନ ହୋଇପାରେ।

ନଡିଆ ତେଲରେ ଥିବା ଏମ୍‌ସିଟି ରକ୍ତରେ ଥିବା ଇନ୍‌ସୁଲିନ୍‌ ସନ୍ତୁଳନକୁ ରକ୍ଷ‌ା କରେ। ନଡ଼ିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଇପାରେ ବୋଲି ଗ‌େବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି। ଅନ୍ୟ ତେଲ୍‌ ତୁଳନାରେ ନଡ଼ିଆ ତେଲ୍‌ ତ୍ବଚା ଭିତରକୁ ବେଶି ଭଲ ଭାବେ ପ୍ରବେଶ କରିପାରେ। ସେଥିପାଇଁ ଏହାକୁ ତ୍ବଚାରେ ମାଲିସ୍‌ କଲେ ତ୍ବଚା ମସୃଣ ରହିଥାଏ।

ଏହାକୁ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚା ସହ କେଶ ବି ଭଲ ରହିଥାଲ। ନଡ଼ିଆ ତେଲ ରୀତିମତ ଲଗାଇଲେ କେଶ ଝଡ଼ିବା ସମସ୍ୟା ବି ହ୍ରାସ ପାଇଥାଏ। ତେବେ ମନେରଖନ୍ତୁ ଯେ ଏହି ତେଲ ମସ୍‌ଚୁରାଇଜର୍‌ ପରି କାମ କରେ। ଏହାକୁ ଆପଣ ମୁହଁରେ ବି ଲଗାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe