Harvard Health
କ୍ଳୋରୋନିକ କିଡନୀ ଡିିଜିଜ (ସିକେଡି) ରୋଗୀ ଯଦି ଅଧିକ ମାତ୍ରାରେ କଫି ପିଉଥିବେ ତେବେ ବଢ଼ିପାରିବ ତାଙ୍କ ଜୀବନକାଳ । ଏହା ପର୍ତ୍ତୁଗାଲରେ ହୋଇଥିବା ଏକ ଗବେଷରାରୁ ଜାଣିବାକୁ ମିଳିଛି। ଅଧିକ କଫି ନ ପିଉଥିବା ଲୋକଙ୍କ ପାଖରେ ୨୪ ପ୍ରତିଶତ ମୃତ୍ୟୁର ଆଶଙ୍କା ରହିଥିବା ବେଳେ, କଫି ପିଉଥିବା ଲୋକଙ୍କଠାରେ ୧୨ରୁ ୨୨ ପ୍ରତିଶତ କମ ଆଶଙ୍କା ରହିଥାଏ।
“ଗବେଷଣାରୁ ଜଣାଯାଇଛି ଯେ ସିକେଡି ରୋଗୀ ଅଧିକ ମାତ୍ରାରେ କଫି ଗ୍ରହଣ କରିଥିଲେ ଜୀବନକାଳ ବଢ଼ିବା ସଙ୍ଗେ ମୃତ୍ୟୁର ଆଶଙ୍କା ମଧ୍ୟ କମ ହୋଇଥାଏ। ଏହା ଏକ ସହଜ, ସରଳ ଏବଂ ଶସ୍ତା ଉପଚାର ଅଟେ। ଏହାକୁ ଦୈନଦିନ ଜୀବନରେ ସାମିଲ କରିବା ଦରକାର ।” ବୋଲି କହିଛନ୍ତି ପର୍ତ୍ତୁଗାଲ ସେଣ୍ଟର ହସ୍ପିଟାଲରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।
“ଗବେଷଣା ପାଇଁ ଟିମ ୨୩୨୮ ଜଣ ସିକେଡି ରୋଗୀଙ୍କୁ ନେଇ ପରୀକ୍ଷା କରିବା ସହ ତାଙ୍କ ମଧ୍ୟରେ ଥିବା ମୃତ୍ୟୁ ସଂଖ୍ୟାର ସମୟ ତାଲିକା ପ୍ରସ୍ତୁତ କରିଥିଲା। ଏହା ସିକେଡି ରୋଗୀଙ୍କ ପାଇଁ ଲାଭଦାୟକ କିନ୍ତୁ ଏହା ରୋଗର ଅବସ୍ଥା ଏବଂ ସ୍ତର ଉପରେ ମଧ୍ୟ ନିର୍ଭର କରିଥାଏ ।,” ବୋଲି ଗବେଷଣାରୁ ଜଣାପଡ଼ିଛି ।
Follow Us