ଜାଣନ୍ତି କି ଥଣ୍ଡା ପାଣି ପିଇବା ଦ୍ୱାରା ଶରୀର ଉପରେ କ’ଣ କୁପ୍ରଭାବ ପଡ଼ିଥାଏ

ଜାଣନ୍ତି କି ଥଣ୍ଡା ପାଣି ପିଇବା ଦ୍ୱାରା ଶରୀର ଉପରେ କ’ଣ କୁପ୍ରଭାବ ପଡ଼ିଥାଏ

ସାଧାରଣତଃ ଆମେମାନେ ଥଣ୍ଡା ପାଣି ପିଇବାକୁ ଅଧିକ ପସନ୍ଦ କରିଥାଉ। ବାହାରୁ ବୁଲି ଆସିବା କ୍ଷଣି ସଙ୍ଗେସଙ୍ଗେ ଫ୍ରିଜରୁ ଥଣ୍ଡା ପାଣି ବାହାର କରି ପିଇ ଦେଇଥାଏ, ଏହା କିନ୍ତୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ। ବୟସ କମ୍‌ ଥିବା ବେଳେ ଏହାର କୁପ୍ରଭାବ ଜଣାପଡ଼େନାହିଁ। ତେବେ, ବୟସ ବଢ଼ିବା ସହ ଧୀରେଧୀରେ ଜଣାପଡ଼େ।

publive-image

ଯେଉଁମାନେ ଅଧିକ ଥଣ୍ଡା ପାଣି ପିଅନ୍ତି, ସେମାନେ ପରବର୍ତ୍ତୀ କାଳରେ ଅଧିକ ବ୍ୟାଧିଗ୍ରସ୍ତ ହୁଅନ୍ତି। ଥଣ୍ଡା ପାଣି ଅଧିକ ପିଇବା ଦ୍ୱାରା ହୃତ୍‌ପିଣ୍ଡର ଚାରିଟି ମୁଖ୍ୟ ଧମନିର କାର୍ଯ୍ୟକାରିତା କମେ। ମଣିଷ ହୃଦ୍‌ଘାତ ଭୋଗିବାର ଆଶଙ୍କା ବଢ଼େ। ଶୀତଳ ମୃଦୁ ପାନୀୟ ସର୍ବାଧିକ କ୍ଷତିକାରକ। ଏହା ଯକୃତ୍‌ରେ ମେଦ ଜମାଏ। କେବଳ ଏତିକି ନୁହେଁ ଉଦର, ବୃହଦନ୍ତ୍ର ଆଦିର କ୍ଷତି ଘଟାଏ। କର୍କଟ ଆଶଙ୍କା ବଢ଼ାଇ ଥାଏ।

ଅପରପକ୍ଷେ ଉଷୁମ ପାଣି ସ୍ୱାସ୍ଥ୍ୟକର। ପ୍ରତି ଦିନ ସକାଳେ ଖାଲି ପେଟରେ ଚାରି ଗ୍ଲାସ୍‌ ଉଷୁମ ପାଣି ପିଇବା ଉଚିତ। ଏହା ଦ୍ୱାରା ରକ୍ତ ଚାପ ଜନିତ ସମସ୍ୟା, ହୃଦ୍‌ରୋଗ, ମଧୁମେହ, ଗଳା-ନାକ-କାନ ସମସ୍ୟା, ମହିଳାଙ୍କ ମାସିକ ଧର୍ମ ସମସ୍ୟା, ମୁଣ୍ଡ-ବିନ୍ଧା, ଶ୍ୱାସରୋଗ, କୋଲେଷ୍ଟେରୋଲ୍‌, ଅପସ୍ମାର ଆଦିରୁ ମୁକ୍ତି ମିଳୁଥିବା ବିଭିନ୍ନ ଅଧ୍ୟୟନ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe