Advertisment

ଏହି ସବୁ ଆମିଷ ଖାଦ୍ୟକୁ ନିରାମିଷ ଭାବି ଖାଇଥାନ୍ତି ଲୋକେ, ଆପଣ ବି ଖାଉନାହାନ୍ତି ତ?

Advertisment
ଏହି ସବୁ ଆମିଷ ଖାଦ୍ୟକୁ ନିରାମିଷ ଭାବି ଖାଇଥାନ୍ତି ଲୋକେ, ଆପଣ ବି ଖାଉନାହାନ୍ତି ତ?

ଆପଣ ଯଦି ଆମିଷ ବା ନିରାମିଷ ଭିତରେ ପ୍ରଭେଦ ଦେଖୁନାହାନ୍ତି ତ କଥା ଭିନ୍ନ। ମାତ୍ର ଆପଣ ଯଦି କୌଣସି ବାର କିମ୍ବା କୌଣସି ଦିନ ଆମିଷ ଖାଇବେ ନାହିଁ ବୋଲି ଚିନ୍ତା କରିଛନ୍ତି ତେବେ ପ୍ରଥମେ ଜାଣିରଖନ୍ତୁ ଆପଣ ନିରାମିଷ ଭାବୁଥିବା ସମସ୍ତ ଖାଦ୍ୟ ନିରାମିଷ ତ? ଆମେ ନିରାମିଷ ବୋଲି ଭାବୁଥିବା ଏମିତି ଅନେକ ଖାଦ୍ୟ ବାସ୍ତବରେ ଆମିଷ ହୋଇଥାଏ। ଚାଲନ୍ତୁ ଜାଣିବା ସେ ଖାଦ୍ୟ ସବୁ କ’ଣ।

publive-image

ସୁପ୍‌: ଅନେକ ଭାରତୀୟଙ୍କର ପ୍ରିୟ। ଅଧିକାଂଶ ସୁପ୍‌ ପ୍ରେମୀ ଉପବାସ ଦିନମାନଙ୍କରେ ରେଷ୍ଟୁରାଣ୍ଟ ଯାଇଥିଲେ କ’ଣ ଖାଇବେ ନିର୍ଣ୍ଣୟ ନେଇ ନପାରି ସୁପ୍‌ ବରାଦ କରିଥାନ୍ତି। ମାତ୍ର ମନେ ରଖନ୍ତୁ ସେଫ୍‌ମାନେ ସୁପ୍‌ରେ ଯେଉଁ ସସ୍‌ ମିଶ୍ରଣ କରନ୍ତି ତାହା ମାଛରୁ ତିଆରି।

publive-image

ନାନ୍‌: କେତେବ ନାନ୍‌କୁ ରୁଟିର ବିକଳ୍ପ ବୋଲି ଭାବିଥାନ୍ତି। ନିରାମିଷ ଦିନମାନଙ୍କରେ ରୁଟି ଖାଇବାକୁ ଇଚ୍ଛା ନଥିଲେ ଅଧିକାଂଶ ଲୋକ ନାନ୍‌ ଖାଇବାକୁ ଉଚିତ ମଣିଥାନ୍ତି। ମାତ୍ର ଜାଣି ରଖନ୍ତୁ ଯେ ନାନ୍‌ରେ ଅଣ୍ଡା ମିଶ୍ରଣ କରାଯାଇଥାଏ।

publive-image

ଚିଜ୍‌: ସାଧାରଣତଃ ପାଉଁରୁଟିରେ ଯେଉଁ ଚିଜ୍‌ ଖିଆ ଯାଏ ତାହାକୁ ଆପଣ ଯଦି ନିରାମିଷ ବୋଲି ଭାବୁଥାନ୍ତି ତାହାଲେ ଏହା ଆପଣଙ୍କ ଭ୍ରାନ୍ତ ଧାରଣା। ମନେରଖନ୍ତୁ ଏହି ଚିଜ୍‌ରେ ମାଛ ତୈଳ ମିଶ୍ରଣ କରାଯାଇଥାଏ।

publive-image

ରୋଷେଇ ତୈଳ: ରୋଷେଇ ତୈଳକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଭଲ ରଖିବା ପାଇଁ ସେଥିରେ ଓମେଗା-୩ ଏସିଡ୍‌ ମିଶ୍ରଣ କରାଯାଏ। ଏହାବ୍ୟତୀତ ଏଥିରେ ଯେଉଁ ଲାନୋଲିନ୍‌ ମିଶ୍ରଣ କରାଯାଏ ଏବଂ ତାହା ମେଣ୍ଡାରୁ ତିଆରି।

publive-image

ଏହାବ୍ୟତୀତ, ସାଲାଡ୍‌ ଡ୍ରେସିଂ, ଧଳା ଚିନି, ମଦ, ଜେଲି, ଆଳୁ ଚିପ୍‌ସ, ଏବଂ କେକ୍‌ ଆଦି ମଧ୍ୟ ଆମିଷ ଶ୍ରେଣୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe