ତମ୍ବା ମୁଦି, ଚୁଡ଼ି କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧୁଛନ୍ତି କି? ମିଳିବ ଏହି ସବୁ ଫାଇଦା

Advertisment
ତମ୍ବା ମୁଦି, ଚୁଡ଼ି କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧୁଛନ୍ତି କି? ମିଳିବ ଏହି ସବୁ ଫାଇଦା

ଏଥିରେ ତିଳେ ବି ସନ୍ଦେହ ନାହିଁ ଯେ ତମ୍ବା ହେଉଛି ବିଶ୍ୱର ଏକ ପ୍ରସିଦ୍ଧ ଧାତୁ। ମିଶରରୁ ନେଇ ରୋମାନ, ଗ୍ରୀକ୍‌ ଆଦି ଦେଶଗୁଡ଼ିକରେ ତମ୍ବାର ପ୍ରଚଳନ ଅସୀମିତ। ଏହି ତମ୍ବା ମୁଖ୍ୟତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ପ୍ରସ୍ତୁତିରେ ବ୍ୟବହାର କରାଯାଏ। କେତେକ ସମୟରେ ଏହାକୁ କିଛି ଉଦ୍ଦିଷ୍ଟ କାର୍ଯ୍ୟରେ ବ୍ୟବହାର କରାଯାଏ। ପ୍ଲେଟ୍‌, ପାତ୍ର ଏବଂ ସାଜସଜା ଉପକରଣ ପାଇଁ ମଧ୍ୟ ଏହି ଧାତୁର ଖୁବ୍‌ ଗୁରୁତ୍ୱ। ଏହି ସବୁକୁ ବାଦ୍‌ ଦେଲା ପରେ ତମ୍ବାରେ ଆହୁରି କିଛି ଗୁଣ ରହିଛି। ଯାହା ହୁଏତ ଆପଣ ଜାଣିନଥିବେ।

publive-image

ତମ୍ବା ଶରୀର କୌଣସି ଅଙ୍ଗରେ ଲଗାଇବା ଉପକାରୀ ହୋଇଥାଏ। ଆପଣ ହୁଏତ ଜାଣିଥାଇପାରନ୍ତି ଯେ ତମ୍ବା ହିଁ ହେଉଛି ମଣିଷ ପାଇଁ ପ୍ରଥମ ଧାତୁ। ଏହି ତମ୍ବା ପିନ୍ଧିବା ଦ୍ୱାରା ମସ୍ତିଷ୍କ ଦରଜ, ଗଣ୍ଠି ବାତ, ଏବଂ ଶରୀର ପିଡ଼ା ଆଦି ରୋଗ କମ୍‌ ହୋଇଥାଏ। ଆପଣ ତମ୍ବା ଚୁଡ଼ି, ବ୍ରେସ୍‌ଲେଟ୍‌ କିମ୍ବା ମୁଦି କିଛି ବି ପିନ୍ଧିପାରନ୍ତି।

publive-image

ଶରୀର ସହିତ ତମ୍ବା ସଂସ୍ପର୍ଶରେ ଆସିଲେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ। ସାଧାରଣତ ଏହି ପରିବର୍ତ୍ତନ ଆମ ଲୁଣିଆ ତ୍ୱଚା ପାଇଁ ଉତ୍ତମ ହୋଇଥାଏ। ତ୍ୱଚାରେ ଯେଉଁ ପରିବର୍ତ୍ତନ ଆସିଥାଏ ସୂର୍ଯ୍ୟ କିରଣରୁ ବଞ୍ଚିବା ପାଇଁ ତାହା ବିଶେଷ ସହାୟକ ହୋଇଥାଏ।

publive-image

କେବଳ ତମ୍ବା ପିନ୍ଧିଲେ ଯେ ଭଲ ତାହା ନୁହେଁ, ଆପଣ ତମ୍ବା ପାତ୍ରରେ ପାଣି ରଖି ତମ୍ବା ଗ୍ଲାସରେ ପିଇବା ଦ୍ୱାରା ଅନେକ ଲାଭ ପାଇପାରିବେ। ଗ୍ୟାସ୍‌ ପରି ଅନେକ ପେଟଜନୀତ ରୋଗ ଦୂର କରିପାରେ ଏହି ତମ୍ବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe