ଏହି ଦୁଇଟି ବ୍ଲଡଗ୍ରୁପ ଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି!

ଏହି ଦୁଇଟି ବ୍ଲଡଗ୍ରୁପ ଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି!

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୩.୨୯ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୮୭୬ ରହିଥିବା ଜଣାପଡ଼ିଛି। ତେବେ ଏହି ସଂକ୍ରମଣକୁ ନେଇ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି କି କେତେକ ନିର୍ଦିଷ୍ଟ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି।

କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପ‌ୋର୍ଟରେ ଏନେଇ କିଛି ସୂଚନା ମିଳିଛି। ଦେଶବ୍ୟାପୀ ହୋଇଥିବା‌ ସିରୋ ପଜିଟିଭିଟି ସର୍ଭେ ଆଧାରରୁ ଏହି ରିପୋର୍ଟ ମିଳିଛି।

ସିଏସଆଇଆର ସୂଚନା ଅନୁଯାୟୀ, ‘ଏବି’ ଓ ‘ବି’ ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ତୁଳନାରେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଏମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ। ସେହିପରି ‘ଓ’ ବ୍ଲଡଗ୍ରୁପ ଥିବା ବ୍ୟକ୍ତି ଏତେ ଶୀଘ୍ର କରୋନାରେ ଆକ୍ର‌ାନ୍ତ ହେବେ ନାହିଁ। ଏହାର ଅର୍ଥ ନୁହେଁ ଯେ ଆପଣ କରୋନା କଟକଣା ମାନିବେ ନାହିଁ। କରୋନା ନିୟମ ଯଥାସମ୍ଭବ ପାଳନ କରିବା ନିହାତି ଜରୁରୀ।

कोरोना वायरस 2

ଏଥିସହିତ ରିପୋର୍ଟରେ ଉଲ୍ଲେଖ ରହିଛି କି ଆମିଷ ଖାଉଥିବା ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହି କ୍ଷେତ୍ରରେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ସଂକ୍ରମଣ କମ ରହିଛି। କାରଣ ନିରାମିଷ ଖାଦ୍ୟରେ ଫାଇବର ରହିଥାଏ। ଯାହାକି  ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ‌ତେଣୁ କରୋନା ସଂକ୍ରମଣ ଆମିଷ ଖାଉଥିବା ଲୋକଙ୍କ ତୁଳନାରେ ନିରାମିଷ ଖାଉଥିବା ଲୋକଙ୍କୁ ଏତେ ଶୀଘ୍ର ସଂକ୍ରମିତ କରି ନଥାଏ।

(ସୌଜନ୍ୟ: ଆଜତକ)

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୯,୯୪୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୮୭୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୨୯,୯୨,୫୧୭ ଓ ମୃତ୍ୟୁସଂଖ୍ୟା ୨,୪୯,୯୯୨ରେ ପହଞ୍ଚିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୬,୦୮୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୯୦,୨୭,୩୦୪ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe