କରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ଏସବୁ ସ୍ଥାନକୁ ଯାଆନ୍ତୁ ନାହିଁ

Advertisment
କରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ଏସବୁ ସ୍ଥାନକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ୍‌ଜନିତ ମହାମାରୀ ବ୍ୟାପିବାରେ ଲାଗିଛି।ତେଣୁ ସରକାର ବାରମ୍ବାର ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।

ଏଥିସହିତ ବାରମ୍ବାର ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି।  ଆବଶ୍ୟକ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଉଛି। ଏପରି ପରିସ୍ଥିତିରେ କିଛି  ସ୍ଥାନ ଅଛି ଯେଉଁ ସ୍ଥାନକୁ ଗଲେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ସ୍ଥାନକୁ ଯିବାରୁ ନିଜକୁ ଓ ନିଜ ପିଲାଙ୍କୁ ନିବୃତ୍ତ ରଖନ୍ତୁ।

Coronavirus disease (COVID-19): What parents should know | UNICEF

୧. ଗରମ ଦିନ ଆସିବା ମାତ୍ରେ ପିଲାମାନଙ୍କୁ ପିତା-ମାତା ସୁଇମିଂ କ୍ଲାସ ଛାଡ଼ି ଥାଆନ୍ତି। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଦେଖି ପିଲାଙ୍କୁ ଏଥିରୁ ନିବୃତ୍ତ ରଖନ୍ତୁ।

୨. ସେହିପରି କ୍ରିକେଟ, ଫୁଟବଲ, ଟେନିସ ତଥା ଅନ୍ୟ ଖେଳ‌ରେ ଭାଗ ନେବାକୁ ନିଜ ପିଲାକୁ ମନା କରନ୍ତୁ । ଏହି କିଛିଦିନ ଆମ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ନିଜେ ସତର୍କ ରହିବା ସହିତ ଅନ୍ୟକୁ ବି ସତର୍କ ରହିବାକୁ ପରାମର୍ଶ ଦେବା। ତା’ହେଲେ ଯାଇ ଆମେ କରୋନାକୁ ହରାଇ ପାରିବା।

୩. ପାର୍ଟି ଓ ପଙ୍କସନକୁ ଆଦୌ ଯାଆନ୍ତୁ ନାହିଁ, ଯଥା ସମ୍ଭବ ଘରେ ରୁହନ୍ତୁ। କରୋନା ସଂକ୍ରମଣକୁ ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ।
୪. ଏଥିସହିତ ମାଲ, ମାର୍କେଟ, ଜିମ, ଫିଟନେସ ସେଣ୍ଟର, ପାର୍କ, ପ୍ଲେ ଗ୍ରାଉଣ୍ଡ ଓ ଟୁଇରିଷ୍ଟ ଡେଷ୍ଟିନେସନ ଆଦିକୁ ଆଦୌ ଯାଆନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe