ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ: କରୋନାକୁ ଏପରି ଦୂରେଇ ଦିଅନ୍ତୁ

ଡରନ୍ତୁ  ନାହିଁ, ସତର୍କ ରୁହନ୍ତୁ: କରୋନାକୁ ଏପରି ଦୂରେଇ ଦିଅନ୍ତୁ

indiatoday

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କୁ ଆତଙ୍କିତ କରି ରଖିଛି। ଏହି ଭାଇରସ୍‌କୁ ଭୟ କରିବା ବଦଳରେ ସାମାନ୍ୟ ସତର୍କତା ଅବଲମ୍ବନ କଲେ ଏହାକୁ ଜିଣା ଯାଇପାରିବ। କରୋନା ଭାଇରସ୍‌କୁ ଜିଣିବା କିପରି? ଆପଣ କିପରି ଭାବେ ସତର୍କ ରହିଲେ ମହାମାରୀ କରୋନାକୁ ହରାଇ ପାରିବେ ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

: ପ୍ରଥମେ ଆପଣଙ୍କୁ ଘରେ ହିଁ ରହିବାକୁ ପଡ଼ିବ। ଆପଣ ତ ଜାଣିଛନ୍ତି ଯେ ସେଥିପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆପଣ ଯେତେ ଲୋକ ସଂପର୍କରେ କମ୍‌ ଆସିବେ ସେତେ ସୁରକ୍ଷିତ ରହିବେ।

: ଦ୍ବିତୀୟ କଥାଟି ହେଉଛି ଆପଣଙ୍କୁ ଲୋକମାନଙ୍କଠାରୁ ଦୂରତ୍ବ ବଜାୟ ରଖିବାକୁ ‌ହେବ। ବନ୍ଧୁବାନ୍ଧବ କି ସଂପର୍କୀୟ ଯିଏ ବି ହୁଅନ୍ତୁ ଏହି ସମୟରେ ଆପଣ ତାଙ୍କଠାରୁ ଦୂରେଇ କରି ହିଁ ରହିବା ଭଲ।

: ବାରମ୍ବାର ନିଜ ହାତକୁ ହ୍ୟାଣ୍ଡ୍‌ୱାସ୍‌ରେ ଧୁଅନ୍ତୁ। ସାନିଟାଇଜର୍‌ ବ୍ୟବହାର କରନ୍ତୁ।

: ନିଜ ମୁହଁକୁ ଫେସ୍‌ମାସ୍କରେ ଆଚ୍ଛାଦିତ କରି ରଖନ୍ତୁ।

: ଯଦି କୌଣସି ବି ସମୟରେ ଆପଣଙ୍କୁ ଅସୁସ୍ଥ ଲାଗୁଛି ତେବେ ତୁରନ୍ତ ସରକାରଙ୍କ ହେଲ୍‌ପଲାଇନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe