ହୃଦ୍‌‌ରୋଗ ଓ ମଧୁମେହ ପରି ରୋଗକୁ ନିୟନ୍ତ୍ରଣରେ ରଖେ ହଳଦୀ ମିଶ୍ରିତ ଗରମ ପାଣି

Advertisment
ହୃଦ୍‌‌ରୋଗ ଓ ମଧୁମେହ ପରି ରୋଗକୁ ନିୟନ୍ତ୍ରଣରେ ରଖେ ହଳଦୀ ମିଶ୍ରିତ ଗରମ ପାଣି

www.google.com

ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଆମ ଶରୀରକୁ କବଳିତ କରି ରଖୁଛି। ଉତ୍ତମ ଚିକିତ୍ସାରେ ନ ରହିଲେ କେତେବେଳେ ଯେ କେଉଁ ରୋଗ ତା’ର କାୟା ବିସ୍ତାର କରିବ ଏକଥା କେହି କହିପାରିବେ ନାହିଁ। ସେଥିପାଇଁ ବେଳ ଥାଉଁ ଥାଉଁ ସାବଧାନ ହେବା ଜରୁରୀ।

ସକାଳୁ ଉଠି ଖାଲି ଫେଟରେ ଗୋଟାଏ ଗ୍ଲାସ୍‌ ଗରମ ପାଣିରେ ହଳଦୀ ମିଶାଇ ପିଇଲେ ନାନା ଶାରୀରିକ ସମସ୍ୟା ଦୂର ହେବ। ଆପଣ ଯଦି ଏକ ସୁସ୍ଥ ଜୀବନ ଜିଇବାକୁ ଚାହାନ୍ତି ତେବେ ଗରମ ପାଣି ସହ ହଳଦୀ ମିଶାଇ ନିଇତି ସକାଳୁ ପିଅନ୍ତୁ। ଜାଣନ୍ତୁ ୟାକୁ ପିଇବା ଦ୍ବାରା କେଉଁ ସବୁ ଲାଭ ମିଳେ।

ହଳଦୀ ମିଶ୍ରିତ ଗରମ ପାଣି ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ବୟସ ବଢ଼ିଲେ ଯେଉଁ ସବୁ ମସ୍ତିଷ୍କ ଜନୀତ ରୋଗ ସୃଷ୍ଟି ହୁଏ ତାହାକୁ ଦୂରେଇ ଦିଏ।

ଏଥିରେ କର୍କଟକୁ ରୋକିବା ପରି ରୋଗ ପ୍ରତିରୋଦ୍ଧକ ଶକ୍ତି ରହିଛି। ନିୟମିତ ହଳଦୀ ପାଣି ପିଉଥିବା ଲୋକଙ୍କୁ ପ୍ରାୟତଃ କର୍କଟ ରୋଗ ହୋଇନଥାଏ।

ଖାଲି ସେତିକି ନୁହେଁ, ଗରମ ପାଣି ହଳଦୀ ପିଇଲେ ଭଲ ହଜମ ମଧ୍ୟ ହୋଇଥାଏ। ହଜମ କରାଇବା ପାଇଁ ହିଁ ଖାଦ୍ୟରେ ହଳଦୀ ପକାଇ ରୋଷେଇ କରାଯାଏ।

ଆହୁରି ଏହାର ଭଲ ଗୁଣ ଅଛି। ହଳଦୀ ପାଣି ପିଉଥିବା ଲୋକଙ୍କ କ୍ଷେତ୍ରରେ ଦୃଦ୍‌ରୋଗ ଆଶଙ୍କା ଖୁବ୍‌ କମ୍‌।

ଟାଇପ୍‌ ୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ। ଏହାକୁ ପିଇବା ଦ୍ୱାରା ଡାଇବେଟିସ୍‌ ଆୟତ୍ତରେ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe