ଏହି ସବୁ ଅଭ୍ୟାସ ଅଛି କି? ତେବେ ମୃତ୍ୟୁ ସୁନିଶ୍ଚିତ

Advertisment
ଏହି ସବୁ ଅଭ୍ୟାସ ଅଛି କି? ତେବେ ମୃତ୍ୟୁ ସୁନିଶ୍ଚିତ

ଅନେକ ଦିନ ବଞ୍ଚିରହିବାକୁ ଚାହାନ୍ତି? ତାହେଲ ଆପଣଙ୍କୁ ସତର୍କ ହେବାକୁ ହେବ। କାରଣ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହା ମୃତ୍ୟୁର କାରଣ ହୋଇଥାଏ। ଆପଣଙ୍କର ଏହି ସବୁ ଅଭ୍ୟାସ ଅପଣଙ୍କ ଶୀଘ୍ର ମୃତ୍ୟୁର କାରଣ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ସେ ସବୁ କ’ଣ।

publive-image

କଫି ପିଇବାରେ କୌଣସି ଅସୁବିଧା ନାହିଁ। ମାତ୍ର ଡାକ୍ତରମାନେ କହିଛନ୍ତି ଯେ ଅତ୍ୟଧିକ କଫି ପାନ ମୃତ୍ୟୁର କାରଣ ହୋଇଥାଏ।

publive-image

ବୟସ ପୂର୍ବରୁ ଅବସର ନେବା ମଧ୍ୟ ଆପଣଙ୍କ ପ୍ରତି କ୍ଷତିକାରକ। ଉଚିତ ବୟସ ପୂର୍ବରୁ ଚାକିରି ଛାଡ଼ି ଦେଉଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ରହିଛି।

publive-image

କମ୍‌ ଶୋଇବା ଯେପରି ସ୍ୱାସ୍ଥ୍ୟ ପକ୍ଷେ ଖରାପ ହୋଇଥାଏ ଅତ୍ୟଧିକ ଶୋଇବା ବି ଅନୁଚିତ। ଅତ୍ୟଧିକ ଶୋଉଥିବା ବ୍ୟକ୍ତି ମରଣକୁ ବରଣ କରିଥାନ୍ତି।

publive-image

ନିୟମିତ ଭାବେ ନିଦ ବଟିକା ଖାଉଥିବା ବ୍ୟକ୍ତିଙ୍କ ଜୀବନ ସୀମା କମ୍‌ ହୋଇଯାଏ। ସେମାନେ ବି ଅପେକ୍ଷାକୃତ ଅଳ୍ପ ବୟସ ବଞ୍ଚିଥାନ୍ତି।

publive-image

ଅଧିକରୁ ଅଧିକ ମାତ୍ରାରେ ଲୁଣ ଖାଇବା ବି ବ୍ୟକ୍ତିର ମୃତ୍ୟୁର କାରଣ ହୋଇଥାଏ। ଖୁବ୍‌ ବେଶି ଲୁଣ ଖାଇବା ଦ୍ୱାରା ନାନା ରୋଗ ହୋଇଥାଏ। ଆଉ ରୋଗ ହିଁ ତ ମୃତ୍ୟୁର କାରଣ।

publive-image

ଅତ୍ୟଧିକ ଟିଭି ଦେଖୁଛନ୍ତି କି? ତେବେ ସତର୍କ ହୋଇଯାଆନ୍ତୁ। ଏହା ନିହାତି ଖରାପ ଅଭ୍ୟାସ। ଏହି ଅଭ୍ୟାସ ବି ଆପଣଙ୍କୁ ମୃତ୍ୟୁର ନିକଟତର କରାଇପାରେ।

publive-image

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକୁଟିଆ ରହିବା। ଦୀର୍ଘ ଦିନ ଏକୁଟିଆ ରହିଲେ ବ୍ୟକ୍ତି ଦୁର୍ବଳ ହୋଇପଡ଼େ। ଯାହାକି ସମୟ କ୍ରମେ ମୃତ୍ୟୁର କାରଣ ପାଲଟିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe