www.actitudfem.com
ଶରୀରରେ ଜଳୀୟ ଅଂଶ ଠିକ୍ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ। ମଣିଷ ଶରୀର ପ୍ରାୟ ୭୦ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲାଗେ ତେବେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଆରମ୍ଭ ହୋଇଥାଏ। ଏଥିଲାଗି ଡାକ୍ତର ପ୍ରତିଦିନ ୮-୧୦ଗ୍ଲାସ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଶରୀରରେ ପାଣିର ଅଭାବ ହେଲେ ଅନେକ ଲକ୍ଷଣ ଦେଖା ଯାଇଥାଏ। ଯାହାକୁ ଆପଣମାନେ ଅଣଦେଖା କରି ଦେଇଥାନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ...
୧.ଯଦି ଆପଣଙ୍କ ହଳଦିଆ ପରିଶ୍ରା ହେଉଛି ବା ପରିଶ୍ରାରୁ ଖରାପ ଗନ୍ଧ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଏଭଳି ସମସ୍ୟା ହେଉଛି ତେବେ ଆପଣଙ୍କ ଶରୀରରେ ପାଣିର ଅଂଶ କମ ହୋଇଯାଇଛି ବୋଲି ଜାଣି ନିଅନ୍ତୁ। ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୨.ଯଦି ଆପଣଙ୍କ ପାଟିରୁ ଛେପ ନ ବାହାରିବା ସହ ପାଟିରୁ ଦୁର୍ଗନ୍ଧ ବାହାରୁଛି, ତେବେ ଆପଣଙ୍କ ଶରୀରରେ ପାଣିର ଭାଗ କମ ହୋଇଯାଇଛି ବୋଲି ଜାଣି ନିଅନ୍ତୁ । ଛେପ ଦ୍ୱାରା ପାଟିରୁ ବ୍ୟାକ୍ଟେରିଆ ବାହାରି ଯାଇଥାଏ । କିନ୍ତୁ ଶରୀରରେ ଜଳୀୟଅଂଶ କମ ହେବାରୁ ଛେପ ନ ବାହାରି ପାଟିରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଥାଏ ।
Health Magazine୩.ଶରୀରରେ ଜଳୀୟଅଂଶ କମ ହେଲେ ଆଣ୍ଠୁଗଣ୍ଠି ବ୍ୟଥା ଆରମ୍ଭ ହୋଇଥାଏ। ଶରୀରରେ କାର୍ଟିଲେଜ୍ ଏବଂ ପଞ୍ଜରା ହାଡ଼ର ନିର୍ମାଣରେ ପାଣିର ଭୂମିକା ୮୦ପ୍ରତିଶତ ହୋଇଥାଏ। ସେଥିପାଇଁ ଖାସ୍ କରି ଖରା ଦିନେ ଆପଣଙ୍କ ଆଣ୍ଠୁଗଣ୍ଠି ବ୍ୟଥା ହେଉଥିଲେ ଶରୀରରେ ଜଳୀୟଅଂଶ କମ ଥିବା ଜାଣି ନିଅନ୍ତୁ ।
୪.ଚର୍ମ ଶୁଷ୍କ ହେବାର ସମସ୍ୟା ଶୀତଦିନେ ଦେଖା ଯାଇଥାଏ। କିନ୍ତୁ ଯଦି ଆପଣଙ୍କର ଚର୍ମ ଖରାଦିନେ ମଧ୍ୟ ଶୁଷ୍କ ହେବାକୁ ଲାଗୁଛି ତେବେ ଶରୀରରେ ଜଳୀୟଅଂଶ କମ ଅଛି ବୋଲି ଜାଣି ନିଅନ୍ତୁ।
Follow Us