ଲକ୍‌ଡାଉନ୍‌ ହେତୁ ଆପଣ ବିଶାଦଗ୍ରସ୍ତ ରହୁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଅଧିକ ଯୌତୁକ ଦାବିରେ ନିର୍ଯ୍ୟାତନା ଅଭିଯୋଗ: ମହିଳାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ

NBC News

ଲକ୍‌ଡାଉନ୍‌ ହେତୁ ଆପଣ ବିଶାଦଗ୍ରସ୍ତ ରହୁଛନ୍ତି କି? ବାହାରକୁ ନଯାଇ, କାହା ସହ ସାକ୍ଷାତ୍‌ ନକରି, ନିଜର କୌଣସି ପ୍ରକାରର ସ୍ବାଧୀନତା ନଥିବା ଭଳି ଚଳିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ଅସ୍ବାଭାବିକ କଥା। ଏପରିସ୍ଥିତିରେ ମନ ବିଶାଦଗ୍ରସ୍ତ ରହିବା ବି ସ୍ବାଭାବିକ। ମାତ୍ର ତାହାର ବି ସମାଧାନ ବାଟ ଆମ ପାଖରେ ଅଛି। ଘରେ ରହି ମଧ୍ୟ ମନକୁ ପ୍ରଫୁଲ୍ଲିତ କରିପାରିବେ।

: ସଂଗୀତକୁ ଆପଣ ନିଜ ବନ୍ଧୁ ବନାଇ ଦିଅନ୍ତୁ। ନିଜେ ଗୀତ ଗାଆନ୍ତୁ କିମ୍ବା ଗୀତ ଶୁଣନ୍ତୁ। ଦୁଇଟା ଯାକ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ। ଗୀତ ସହ ଯଦି ପୂରା ଦିନ ବିତାଇବେ ତାହାଲେ ବି ଆପଣଙ୍କୁ ବିରକ୍ତ ଲାଗିବ ନାହିଁ।

publive-image
The Ladders

: ସଂଗୀତ ପରି ପୁସ୍ତକ ମଧ୍ୟ ଆଉ ଏକ ବନ୍ଧୁ। କୁହାଯାଏ କି ଏକ ଭଲ ପୁସ୍ତକ ୧୦୦ଟା ବନ୍ଧୁ ଠାରୁ ବି ବଡ଼। ଆପଣ ପୁସ୍ତକଠାରୁ ଭଲ ବନ୍ଧୁ ଆଉ କେଉଁଠି ପାଇପାରିବେ ନାହିଁ। ଭଲ ଭଲ ବହି ବାଛି ପଢ଼ିବା ଆରମ୍ଭ କରନ୍ତୁ। ଦେଖିବେ ଆପଣଙ୍କୁୁ ଆଉ ବିଶାଦଗ୍ରସ୍ତ ଅନୁଭବ ହେବ ନାହିଁ।

: ଘରେ ଯଦି ବୟସ୍କ ଲୋକ ଅଛନ୍ତି, ତେବେ ସେମାନଙ୍କ ସହ ସମୟ ବିତାନ୍ତୁ। ‌ସେମାନଙ୍କ ପିଲାଦିନ କଥା ଶୁଣିବାରେ ଆଗ୍ରହ ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ମନୋରଞ୍ଜନ ତ ହୋଇଯିବ ତାହା ସହ ଆପଣଙ୍କର ପୁରୁଣା ଦିନର ବିଷୟ ଉପରେ ଜ୍ଞାନ ବି ଆସିଯିବ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦି ପାରୁଛନ୍ତି ସୁସ୍ବାଦୁ ଖାଦ୍ୟ ସବୁ ବନାଇ ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖୁଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe