photo--webDM
ମଧୁମେହରେ ପୀଡିତ ଲୋକ ଧଳା ଚାଉଳର ବଦଳରେ ବ୍ରାଉନ୍ ରଙ୍ଗର ଭାତ ଖାଇବା ସ୍ୱାସ୍ଥ୍ୟ ଲାଗି ଅଧିକ ହିତକାରକ । ଏହାର କାରଣ ହେଲା ଏଥିରେ ଗ୍ଲାଇସୋମିକ୍ ଇଣ୍ଡେକ୍ସ କମ୍ ହୋଇଥାଏ , ଯାହାକି ବ୍ଲଡସୁଗାରର ମାତ୍ରାକୁ ବୃଦ୍ଧି କରିବାକୁ ଦିଏ ନାହିଁ।
ତେବେ ବ୍ରାଉନ୍ ଭାତରେ ମ୍ୟାଗ୍ନେସିଅମ୍,ଭିଟାମିନ୍ ବି-୬,ସେଲେନିଅମ୍,ଫସ୍ଫରସ୍,ଥିୟାମିନ୍,ନିୟାସିନ୍,ମାଂଗାଜିନ୍ ଏବଂ ଫାଇବର୍ ଭଳି ପୋଷକ ତତ୍ତ୍ୱର ମାତ୍ରା ଅଧିକ ରହିଥାଏ। ହେଲେ ଯଦି ଆପଣ ଧଳା ଚାଉଳର ସେବନ କରୁଛନ୍ତି,ତେବେ ଏହା ଉପରେ ଧ୍ୟାନ ରଖନ୍ତୁ ଯେଭଳି ଏହା ଗାଜର,ବାଦାମ,ମଟର,ସୋୟାବିନ୍,ପିଆଜ,ଜିରା ଭଳି ଦ୍ରବ୍ୟର ମିଶ୍ରଣରେ ପ୍ରସ୍ତୁତ ନ ହୋଇଛି ।
ତେବେ ମଧୁମେହ ରୋଗୀଙ୍କର ସନ୍ତୁଳିତ ଆହାର ସଠିକ୍ ସମୟରେ ହେବା ଦରକାର, ଯେଉଁଥିରେ କି ପ୍ରୋଟିନ,କଂପ୍ଲେକ୍ସ କାବର୍ସ,ଭିଟାମିନ୍,ମିନେରାଲ ଏବଂ ଆବଶ୍ୟକୀୟ ଫ୍ୟାଟ୍ସ ଥିବା ଆବଶ୍ୟକା। ଏଥିଲାଗି ଆପଣ ଖାଦ୍ୟରେ ଛତୁ,ମୁଗଡାଲି,କ୍ଷୀର,ଚିକେନ୍,ମାଛ ଏବଂ ଅଣ୍ଡାକୁ ସାମିଲ୍ କରନ୍ତୁ। ଏହାସହିତ ବାଦାମ,ଅଖରୋଟ ଏବଂ ଫ୍ଲୈକ୍ସ ସିଡ୍ସ ସେବନ କରିବା ମଧ୍ୟ ମଧୁମେହ ରୋଗୀଙ୍କ ଲାଗି ଲାଭଦାୟକ ଅଟେ।
ତେବେ ମଧୁମେହ ରୋଗୀଙ୍କ ଲାଗି ଓଟମିଲ,ଶକରକଂଦ,ବ୍ରାଉନ୍ ରାଇସ୍,ମିଲେଟ୍ସର ସେବନ କରିବା ବି ଅତ୍ୟନ୍ତ ଲାଭଦାୟକ ଅଟେ। ଏହାସହିତ ସେମାନେ ବି ପୋଇ,ବନ୍ଧାକୋବି,ବରକୋଳି ଆଦିର ସେବନ କରିବା ଉଚିତ।
Follow Us