ମଧୁମେହ ରୋଗୀଙ୍କ ପାଇଁ ଏହି ପାନୀୟ କ୍ଷତିକାରକ

Advertisment
ମଧୁମେହ ରୋଗୀଙ୍କ ପାଇଁ ଏହି ପାନୀୟ କ୍ଷତିକାରକ

image source--healthline

ଆଜି ହେଉଛି ବିଶ୍ବ ମଧୁମେହ ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ପାନୀୟ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ।

ଆମେ ସମସ୍ତେ ଜାଣୁ ଯେ ଆଖୁରସ ଏକ ଉପକାରୀ ପାନୀୟ, କାରଣ ଏଥିରେ କାଲସିୟମ୍‌, ପଟାସିୟମ୍‌, ଆଇରନ୍‌, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହା ଛଡା ଆଖୁ ରସ ଶରୀରରେ ରକ୍ତ ସଞ୍ଚାଳନକୁ ବି ଠିକ୍‌ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି କେତେକ ଅବସ୍ଥାରେ ଆଖୁରସ ପିଇବା ବର୍ଜନୀୟ ।
- ଆଖୁରସରେ ପ୍ରଚୁର ପରିମାତ୍ରାରେ ସୁଗାର୍‌ ଥିବା ହେତୁ ଯଦି ଆପଣ ଯଦି ମଧୁମେହ ରୋଗୀ ହୋଇଥାଆନ୍ତି, ତେବେ ତାହା ବର୍ଜନୀୟ । କାରଣ ଆଖୁରସ ମଧୁମେହ ରୋଗୀଙ୍କ ପାଇଁ ବିଷ ସଦୃଶ ।

Image result for sugarcane juice image source-times o findia

- ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ମଧ୍ୟ ଆଖୁ ରସ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାଲୋରି ଓ ସୁଗାର୍‌ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ

-ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍‌ ନୁହେଁ । ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖାଯାଇଥାଏ ।
- ଯଦି ଆପଣଙ୍କ ପେଟ କାଟୁଥିବ, ତେବେ ବି ଆଖୁ ରସ ପିଇବା ଅନୁଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe