ବିବାହିତମାନଙ୍କ ପାଇଁ ଏହି ସବୁ ଖାଦ୍ୟ ଉତ୍ତମ ହୋଇଥାଏ

Advertisment
ବିବାହିତମାନଙ୍କ ପାଇଁ ଏହି ସବୁ ଖାଦ୍ୟ ଉତ୍ତମ ହୋଇଥାଏ

Awesome couple!

ଡାଏଟ୍‌ ଏବଂ ଓଜନ ହ୍ରାସ ମହିଳାମାନଙ୍କ ଗର୍ଭଧାରଣ ଏବଂ ପୁରୁଷମାନଙ୍କ ସନ୍ତାନକ୍ଷମ କ୍ରିୟା ଉପରେ ବିଶେଷ ପ୍ରଭାବ ପକାଇଥାଏ। ଅନେକ ଦମ୍ପତି ଏଥିପାଇଁ ନିମ୍ନ ପ୍ରଜନନ କ୍ଷମତାସମ୍ପନ୍ନ ପ୍ରମାଣିତ ହୋଇଛନ୍ତି। ହାର୍ଭାଡ ମେଡିକାଲ୍‌ ସ୍କୁଲ୍‌ରେ ନିକଟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ ଉତ୍ତମ ପ୍ରଜନନ କ୍ଷମତା ପାଇଁ ଶ୍ରେଷ୍ଠ ଖାଦ୍ୟ ହେଉଛି ଶସ୍ୟ, ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଓ ଆଇସ୍‌କ୍ରିମ୍‌।

ଅନ୍ୟପକ୍ଷରେ ଚା’, କଫି ଓ ଆଲ୍‌କହଲ ଏ ଦିଗରେ ବିପରୀତ କାର୍ଯ୍ୟ କରିଥାଏ। ବିବାହିତମାନେ ଏସବୁରୁ ନିଜକୁ ଦୂରେଇ ରଖିପାରିଲେ ଭଲ। ଚା’ରେ ଟାନିନ୍‌ ରହିଥିବା ବେଳେ କଫିରେ କାଫିନ୍‌ ରହିଥାଏ। ଉଭୟ ଟାନିନ୍‌ ଓ କାଫିନ୍‌ ଭିଟାମିନ୍‌ ହ୍ରାସ କରିଥାନ୍ତି। ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ଆଲ୍‌କହଲ ପ୍ରମାଣିତ ହୋଇଛି।

ଫଳ କମ୍‌ ଖାଇବା ଓ ଅଧିକ ମାତ୍ରାରେ ଜଙ୍ଗ୍‌ଫୁଡ୍‌ ଖାଇବା ମହିଳାଙ୍କ ଗର୍ଭଧାରଣ ପାଇଁ କଷ୍ଟ ହୋଇଥାଏ। ନିଜର ଡାଏଟ୍‌ରେ ଫଳର ମାତ୍ରା ବଢ଼ାଇ ମସଲାଯୁକ୍ତ ଖାଦ୍ୟର ମାତ୍ରା କମ୍‌ କଲେ ପ୍ରଜନନ୍ନ କ୍ଷମତା ବୃଦ୍ଧି ପାଇଥାଏ। ନିଦ୍ରହୀନତା ବି ନକାରାତ୍ମକ ପ୍ରମାଣିତ ହୋଇଥାଏ। ଏସବୁ ଦିଗକୁ ଜଗିଦେଲେ ୧ ବର୍ଷ ମଧ୍ୟରେ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

publive-image

ପରିବା, ଆଲମଣ୍ଡ, ଚେରି, ଶାଗ, ବିନ୍ସ ଆଦି ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ। ଓଜନ ହ୍ରାସ ଗର୍ଭଧାରଣ ପାଇଁ ଶବୁଜ ସଂକେତ ହୋଇଥାଏ। ଏହା ବ୍ୟତୀତ ରକ୍ତରେ ଶର୍କରା ଭାଗର ସନ୍ତୁଳନ ଉଚିତ ରହିବା ବି ଅନିବାର୍ଯ୍ୟ।

ସମୁଦ୍ର ମାଛ ଖାଇବା ଦ୍ୱାରା ପ୍ରଜନନ କ୍ଷମତା ଅଭୂତପୂର୍ବ ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ପ୍ରୋଟିନ୍‌ ପାଇଁ ଖିର ଏବଂ ଖିର ଜାତୀୟ କିଛି ବି ଖାଦ୍ୟ ଲାଭପ୍ରଦ ହୋଇଥାଏ।

କେବଳ ଖାଦ୍ୟ ନୁହେଁ, ପ୍ରଜନନ କ୍ଷମତା ହ୍ରାସର ଅନେକ କାରଣ ରହିଛି। ଚିନ୍ତାଶିଳ ରହିବା ମଧ୍ୟ ଅନ୍ୟତମ କାରଣ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe