ଏହି ସବୁ ସମସ୍ୟା ଥିଲେ ଭୁଲ୍‌ରେ ବି ରସୁଣ ଖାଆନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ…

Advertisment
ଏହି ସବୁ ସମସ୍ୟା ଥିଲେ ଭୁଲ୍‌ରେ ବି ରସୁଣ ଖାଆନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ…

alwaysfoodie.com

ଭାରତୀୟ ରୋଷେଇରେ ରସୁଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆମେ ରସୁଣକୁ ମସଲା ଭାବରେ ରୋଷେଇରେ ବ୍ୟବହାର କରିଥାଉ। ରସୁଣ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ହୋଇଥାଏ। ରସୁଣରେ ଥିବା ଏଲାୟସିନ ନାମକ ପଦାର୍ଥ ପାଚନ ସଂପର୍କିତ ସବୁ ସମସ୍ୟା ଦୂର କରିଥାଏ। ତେବେ ଏପରି ବ୍ୟକ୍ତିଙ୍କୁ ରସୁଣ ଖାଇବା ମନା। ଆସନ୍ତୁ ଜାଣିବା ସେ ବିଷୟରେ..

ନିମ୍ନ ରକ୍ତଚାପ ରୋଗୀ : ଯେଉଁ ଲୋକମାନଙ୍କର ଲୋ-ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ ଥାଏ, ସେମାନେ ରସୁଣ କମ୍‌ ଖାଇବା ଉଚିତ୍‌। ରସୁଣ ଖାଇବା ଦ୍ୱାରା ବ୍ଲଡ୍‌ର ପ୍ରେସର କମିଯାଇଥାଏ। ସେଥିପାଇଁ ଲୋ-ବ୍ଲଡପ୍ରେସର ଥିବା ବ୍ୟକ୍ତିମାନେ କମ୍‌ ପରିମାଣରେ ରସୁଣ ଖାଇବା ଦରକାର। ତରକାରୀରେ ମଧ୍ୟ କମ୍‌ ରସୁଣ ବ୍ୟବହାର କରିବା ଉଚିତ୍‌। ଉଚ୍ଚ୍‌ ରକ୍ତଚାପ ଜନିତ ରୋଗ ଥିବା ବ୍ୟକ୍ତି ରସୁଣ ଠିକ୍‌ ପରିମାଣରେ ସେବନ କରିବା ଉଚିତ୍‌।

publive-image TheHealthSite.com

ରକ୍ତହୀନତା ରୋଗୀ: ଏନିମିଆ ଆକ୍ରାନ୍ତଙ୍କ ଠାରେ ରକ୍ତର ଅଭାବ ଥାଏ। ରସୁଣ ଫ୍ୟାଟ୍‌ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ। ରକ୍ତକୁ ମଧ୍ୟ ଶୁଖେଇ ଦେଇଥାଏ। ଏହି ରୋଗ ହୋଇଥିବା ବ୍ୟକ୍ତିମାନେ କଞ୍ଚା ରସୁଣ ଖାଇବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।

ଗର୍ଭବତୀ ମହିଳା: ଗର୍ଭବତୀ ମହିଳାମାନେ ଅଧିକ ରସୁଣ ଖାଇବା ଠିକ୍‌ ନୁହେଁ। ସର୍ଜରି ହେଉଥିଲେ ବା ହେବାକୁ ଥିିଲେ ରସୁଣ ସେବନ କରିବା ଉଚିତ୍‌ ନୁହେଁ। ସେହି ସମୟରେ ଖାଇବା ଦ୍ୱାରା ରକ୍ତ ଅଧିକ ଜୋର୍‌ରେ ପ୍ରବାହିତ ହୋଇଥାଏ। ରସୁଣ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ। ସର୍ଜରୀ ହୋଇଥିବା ଲୋକ ୧୫ ଦିନ ଯାଏଁ କଞ୍ଚା ରସୁଣ କିମ୍ବା ରନ୍ଧାା ହୋଇଥିବା ରସୁଣ ଖାଇବା ଉଚିତ୍‌ ନୁହେଁ।

publive-image Bonobology.com

ଏସିଡିଟି, ହାର୍ଟବର୍ନ, ଅଲ୍ସର ଆଦି ଥିଲେ ରସୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ରସୁଣ ଖାଇବା ଦ୍ୱାରା ଏସିଡିଟି ଅଧିକ ହୋଇଥାଏ। ଏମିତି ଲୋକ ରସୁଣ ଖାଇବା ଠିକ୍‌ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe