Urinary Problems in Women
ପରିବେଶ ପ୍ରଦୂଷଣ ଓ କାର୍ଯ୍ୟଭାର ବଢ଼ିବା ହେତୁ ଆଜିକାଲି ଶରୀରରେ ଭିନ୍ନ ଭିନ୍ନ ରୋଗ ସବୁ ଦେଖା ଦେଉଛି। ଅନେକ ସମୟରେ ଛୋଟ ଦିଶୁଥିବା ରୋଗ ବି ଆମ ଅଜାଣତରେ ମାରାତ୍ମକ ହୋଇପାରେ। ତେଣୁ ରୋଗ ଯେତେ ବି ସାନ ଦିଶୁ ନା କାହିଁକି, ତାହାର ନିରାକରଣ ଆମର ପ୍ରାଥମିକତା ହେବା ଉଚିତ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ସାମାନ୍ୟ ଅନୁଭୂତ ହେଉଥିବା ରୋଗକୁ ତୁରନ୍ତ ଭଲ କରାଯିବା ଉଚିତ।
ପରିଶ୍ରା ଅସୁବିଧା: ଅନେକ ସମୟରେ ଜୋର୍ ହସିଲେ, ଛିଙ୍କିଲେ କିମ୍ବା କିଛି ଓଜନ ଜିନିଷ ଟେକିଲେ ସାମାନ୍ୟ ପରିଶ୍ରା ହୋଇଯାଇଥାଏ। ଏହା ବିଶେଷ ବଡ଼ କଥା ନୁହେଁ; ମାତ୍ର ଯଦି ନିୟମିତ ଭାବେ ଏପରି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଏହାର ଚିକିତ୍ସା କରାନ୍ତୁ।
କୋଷ୍ଠକାଠିନ୍ୟ: ଯଦି ସପ୍ତାହକୁ ୩ ଦିନ ଦୁଇ ଯିବା ସମୟରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଏହା ସାଧାରଣ ସମସ୍ୟା ନୁହେଁ, ଚିକିତ୍ସାର ଆବଶ୍ୟକତା ରହିଛି। ରୀତିମତ ଝାଡ଼ାରେ ରକ୍ତ ପଡ଼ିବା ଆହୁରି ବିରାଟ ସମସ୍ୟା।
/sambad/media/post_attachments/wp-content/uploads/2018/08/what-is-depression-300x171.jpg)
ଯୌନ ସମସ୍ୟା: ଯୌନ ସଂପର୍କ ପାଇଁ ଇଚ୍ଛା ହ୍ରାସ ପାଇବା ବା ସଂପର୍କ ସ୍ଥାପନ ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅସହଜ ଅନୁଭବ ହେବା ଏକ ସାଧାରଣ ସମସ୍ୟା ନୁହେଁ। ଏପରି ହେଉଥିଲେ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି।
ବିଶାଦଗ୍ରସ୍ତ ରହିବା: ବିନା କୌଣସି କାରଣରେ ଦୀର୍ଘ ଦିନ ଧରି ବିଶାଦ ରହିବା ବି ଏକ ରୋଗ। ଏହାକୁ ଡାକ୍ତରୀ ଭାଷାରେ ‘ଡିପ୍ରେସନ୍’ ବୋଲି କୁହାଯାଏ। ଏପରି ସମସ୍ୟା ଦେଖା ଦେଲେ ମନତତ୍ୱବତ୍୍ଙ୍କୁ ପରାମର୍ଶ କରନ୍ତୁ।
ସ୍ମରଣ ଶକ୍ତି ହ୍ରାସ ପାଇବା: ଜଣେ ଜଣେ ମୂଳରୁ ଭଲା ପ୍ରବୃତିର ଥାଆନ୍ତି ତ ସେମାନଙ୍କ କ୍ଷେତ୍ରରେ କଥାଟି ପ୍ରଜୁଯ୍ୟ ନୁହେଁ। ମାତ୍ର ଆପଣଙ୍କର ଯଦି ହଠାତ ସ୍ମରଣ ଶକ୍ତି ହ୍ରାସ ପାଉଛି ତେବେ ତୁରନ୍ତ ଡାକ୍ତରୀ ପରାମର୍ଶର ଆବଶ୍ୟକତା ରହିଛି।
Follow Us