ଘରୋଇ ଉପଚାର ମାଧ୍ୟମରେ ଦୂର କରନ୍ତୁ ଆଘାତ ଚିହ୍ନ

Advertisment
ଘରୋଇ ଉପଚାର ମାଧ୍ୟମରେ ଦୂର କରନ୍ତୁ ଆଘାତ ଚିହ୍ନ

photo-medical news today

ଛୋଟବେଳେ ଖେଳିବା ସମୟରେ ଶରୀରରେ ଅନେକ ଆଘାତ ଲାଗିଥାଏ । କ୍ଷତ ଭଲ ହୋଇଗଲେ ମଧ୍ୟ ଏହାର ଚିହ୍ନ ରହିଯାଏ । ଏହି ଚିହ୍ନ ଯୋଗୁଁ ବେଳେ ବେଳେ ଆମ ମାନସିକତା ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେଣୁ ଲୋକେ ଏହି କ୍ଷତ ଚିହ୍ନ ହଟାଇବା ଲାଗି ଅନେକ ଉପାୟର ସାହାରା ନେଇଥାନ୍ତି। ଏହିଭଳି ଟ୍ରିଟ୍‌ମେଣ୍ଟ କରିବା ଲାଗି ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ। ଏପରିସ୍ଥଳେ କେତେକ ଘରୋଇ ଉପାୟରେ ଏହି କ୍ଷତ ଚିହ୍ନ ହଟାଇପାରିବେ।

ଚନ୍ଦନ
ଚନ୍ଦନ ପାଉଡରରେ ଗୋଲାପ ଜଳ ଓ ୨ ଚାମଚ କ୍ଷୀର ମିଶାଇ ଗାଢ଼ ପେଷ୍ଟ ତିଆରି କରି କ୍ଷତ ଚିହ୍ନ ସ୍ଥାନରେ ଲଗାନ୍ତୁ। ଏହାକୁ ଶୁଖିବା ଲାଗି ଘଣ୍ଟାଏ ଯାଏ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୁଅନ୍ତୁ। ଏପରି କରିବା ଦ୍ବାରା ଧିରେ ଧିରେ କ୍ଷତ ଚିହ୍ନ ଉଭେଇ ଯିବ।

ଘି’ କୁଆଁରୀ
ଘି’ କୁଆଁରୀ ବା ଏଲୋଭେରା ଚେହେରା ପାଇଁ ବହୁତ ଲାଭଦାୟକ। ଏଲୋଭେରା ଜେଲ୍‌କୁ ଦାଗ ଉପରେ ଲଗାନ୍ତୁ। ରାତିରେ ଏହାକୁ ବ୍ୟବହାର କଲେ ଏହାର ଶୀଘ୍ର ଲାଭ ମିଳିଥାଏ।

ଲେମ୍ବୁ
ଶରୀରରେ କ୍ଷତ ଚିହ୍ନ ହଟାଇବା ଲାଗି ଲେମ୍ବୁର ବ୍ୟବହାର କରନ୍ତୁ। ଲେମ୍ବୁରେ ପ୍ରାକୃତିକ ବ୍ଲିଚିଂ ଗୁଣ ରହିଛି, ଯାହା କ୍ଷତ ଚିହ୍ନ କମ୍‌ କରିବାରେ ସାହାଯ୍ୟ କରେ। ଲେମ୍ବୁ ରସ ଚିପୁଡ଼ି ତୁଳାରେ ଏହାକୁ କ୍ଷତ ଚିହ୍ନ ସ୍ଥାନରେ ଲଗାନ୍ତୁ। ପ୍ରତ୍ୟେକ ଦିନ ଗୋଟିଏ ସପ୍ତାହ ଯାଏଁ ଏପରି ଲଗାନ୍ତୁ, ଦେଖିବେ ଦାଗ ଛାଡ଼ିଯିବ।

publive-image photo-healthtips.com

ମହୁ
ମହୁ ବ୍ୟବହାର କରି ଘା’ ଦାଗ ସହଜରେ ହଟାଇ ପାରିବେ। ମହୁରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ବାରା ଶୀଘ୍ର କ୍ଷତ ଚିହ୍ନ ଉଭେଇ ଯିବ।

କାକୁଡ଼ି
କାକୁଡ଼ି ଶରୀରକୁ ସୁସ୍ଥ ରଖିବା ସହିତ ତ୍ବଚାକୁ ମୁଲାୟମ ଏବଂ ହାଇଡ୍ରେଟ୍‌ ରଖେ। ଆପଣ ଚାହିଲେ କାକୁଡ଼ି ପେଷ୍ଟ ତିଆରି କରି ମଧ୍ୟ ଲଗାଇପାରିବେ। ପ୍ରତ୍ୟେକ ଦିନ ଏପରି କରିବା ଦ୍ବାରା କ୍ଷତ ଚିହ୍ନ କିଛି ଦିନ ମଧ୍ୟରେ ହଟିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe