ଲକ୍‌ଡାଉନ୍‌ ସମୟରେ ବୋର୍‌ ହେଉଛନ୍ତି କି? ଆପଣାନ୍ତୁ ଏହି ୫ ଉପାୟ...

Advertisment
ଲକ୍‌ଡାଉନ୍‌ ସମୟରେ ବୋର୍‌ ହେଉଛନ୍ତି କି? ଆପଣାନ୍ତୁ ଏହି ୫ ଉପାୟ...

techtalk

ଲକ୍‌ଡାଉନ୍‌ ସମୟରେ କେମିତି କଟୁଛି ଆପଣଙ୍କ ଦିନ? ବୋର୍‌ ହୋଇ ଯାଉଥିବେ ନିଶ୍ଚୟ। ବାହାରକୁ ବାହାରିବାର ନାହିଁ କି ଟିଭିରେ ନୂଆ କାର୍ଯ୍ୟକ୍ରମ ବି ନାହିଁ। ମାତ୍ର ବ୍ୟସ୍ତ ହବାର କୌଣସି ବି କାରଣ ନାହିଁ। ଏହି ଲକ୍‌ଡାଉନ୍‌କୁ ବୋଝ ବୋଲି ନଭାବି ବରଂ ପାରୁଛନ୍ତି ଯଦି ତାହାର ସୁଯୋଗ ଉଠାନ୍ତୁ। ଯେଉଁ କାମ କରିପାରି ନାହାନ୍ତି ତାହାକୁ କରି ଏ ସମୟରେ ମଜା ନିଅନ୍ତୁ। ଚାଲନ୍ତୁ ଜାଣିବା କ’ଣ ସବୁ କରିବା ଦ୍ବାରା ବୋରିଂ ଲ୍‌ଡାଉନ୍‌କୁ ମଜାଦାର କରିହେବ।

: ଏମିତି ଅନେକ ସଂପର୍କୀୟ ଥାଆନ୍ତି ଯାହାଙ୍କ ସହ ବ୍ୟସ୍ତତା ହେତୁ ଆମେ କଥା ପଦେ ବି ହୋଇପାରନ୍ତି ନାହିଁ। ଏହି ସମୟରେ ସେମାନଙ୍କୁ ମନେ ପକାଇ କଲ୍‌ଟିଏ କରନ୍ତୁ ଓ କଥା ହୁଅନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।

: ସୁଆଦିଅ ରୋଷେଇ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ଖୁଆନ୍ତୁ। ଆଜ୍ଞା ହଁ, ନିଜ ଲୁକାୟିତ ପ୍ରତିଭାକୁ ଦେଖାବାର ଏହା ହେଉଛି ସବୁଠାରୁ ଭଲ ସମୟ।

: ନିଜ ଘର ଆସବାପତ୍ରର ସ୍ଥାନ ପରିବର୍ତ୍ତନ କରନ୍ତୁ। ଘର ନୂଆ ଦିଶିଲେ ମନରେ ପରିବର୍ତ୍ତନ ଆସିଥାଏ। କିଛି ମାତ୍ରାରେ ବୋର୍‌ ଲାଗିବା କମ୍‌ ହେବ ନିଶ୍ଚୟ।

: ଯଦି ଆପଣଙ୍କ ଭିତରେ ସଂଗୀତ, ସାହିତ୍ୟ, ଚିତ୍ର ପରି କିଛି କଳା ଅଛି ତାହାକୁ ଏହି ଲକ୍‌ଡାଉନ୍‌ ସମୟରେ ମନେ ନିଶ୍ଚୟ ପକାନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶାନ୍ତି ଅନୁଭବ ହେବ।

: ଆପଣଙ୍କର ଯଦି କୃଷିରେ ରୁଚି ରହିଛି ତେବେ ଆପଣ ନିଜ ଘର କଡ଼ରେ କିମ୍ବା ଛାତରେ ଗଛ ଲଗାଇ ତାହାର ଯତ୍ନ ନେଇ ନିଜ ସମୟ କାଟିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe