ଏହି ସବୁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ପରେ ପାଣି ପିଉଛନ୍ତି କି ? ଏପରି ଭୁଲ୍‌ ଆଦୌ କରନ୍ତୁ ନାହିଁ

Advertisment
ଏହି ସବୁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ପରେ ପାଣି ପିଉଛନ୍ତି କି ? ଏପରି ଭୁଲ୍‌ ଆଦୌ କରନ୍ତୁ ନାହିଁ

polyprom.com

ପାଣି ପିଇବା ଶରୀର ପକ୍ଷେ ଖୁବ୍‌ ଜରୁରୀ ହୋଇଥାଏ। ଅଧିକାଂଶ ରୋଗର ନିରାକରଣ ପାଣିରେ ରହିଛି। ଡାକ୍ତରମାନେ ପ୍ରାୟତଃ ଅଧିକରୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ମାତ୍ର ଏହି ପାଣି ପିଇବା ବେଳେ ବେଳେ ଶରୀର ପ୍ରତି କ୍ଷତିକାରକ ମଧ୍ୟ ପ୍ରମାଣିତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପାଣି ପିଇବା ସମୟରେ କେଉଁ  ଦିଗକୁ ଆମେ ଧ୍ୟାନ ଦେବା ଉଚିତ।

: ଯଦି ଆଇସ୍‌କ୍ରିମ୍‌, ଖିରି, ବାଦାମ, ଦହି ଆଦି ଖାଇଛନ୍ତି ତେବେ ତାହାର କିଛି ସମୟ ମଧ୍ୟରେ ପାଣି ପିଅନ୍ତୁ ନାହିଁ। ପାଣି ପିଇି ସାରି ଏସବୁ ଖାଇଲେ ଚଳିବ, ମାତ୍ର ଏସବୁ ସେବନ ପରେ ପରେ ପାଣି ପିଇବା ଅନୁଚିତ।

: ସେହିପରି ଚା’, କଫି, ହର୍ଲିକ୍ସ କିମ୍ବା ଗରମ ଖିର ପିଇ ସାରିବା ପରେ ପାଣି ପିଇବା ନେଇ ବାରଣ ରହିଛି।

: କେବେ ବି ସିଧାସଳଖ ବୋତଲରୁ ପାଣି ପିଅନ୍ତୁ ନାହିଁ। ଏହା ହୃତପିଣ୍ଡ ଉପରେ ଖରାପ ପ୍ରଭାବ ପକାଇଥାଏ। ସବୁବେଳେ ଗ୍ଲାସ୍‌କୁ ପାଣି କାଢ଼ି ପିଅନ୍ତୁ।

: ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ପିଇବା ଶରୀର ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଆପଣ ଆଜିକାଲି ବଜାରରେ ମିଳୁଥିବା ଷ୍ଟିଲ୍‌ ଓ ତମ୍ବା ବୋତଲରେ ପାଣି ରଖି ପିଇପାରନ୍ତି।

: ଶୋଇକରି କେବେ ବି ପାଣି ପିଇବାର ଭୁଲ୍‌ କରନ୍ତୁ ନାହିଁ। ଠିଆ ହୋଇ ପାଣି ପିଇବା ବି ଶରୀର ପାଇଁ ଭଲ ହୋଇ ନଥାଏ। ଆପଣ ସଦା ବସି କରି ପାଣି ପିଇବା ଅଭ୍ୟାସ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe