Sad and lonely man
ଦୁନିଆ ଯେତେ ବି ଆଗକୁ ଯାଉ, ବିଜ୍ଞାନ ଯେତେ ବି ଉନ୍ନତି କରୁ। ଭୁଲ୍-ଠିକ୍, ପାପ-ପୁର୍ଣ୍ୟ ଓ ଆଶୀର୍ବାଦ-ଅଭିଶାପକୁ କେନ୍ଦ୍ର କରି ହିଁ ଜୀବନ ଚାଲେ। ଆପଣ ଆସ୍ତିକ ହୁଅନ୍ତୁ ଅବା ନାସ୍ତିକ, କୌଣସି ଫରକ ପଡ଼େ ନାହିଁ। ବ୍ୟକ୍ତିର ନୈତିକତା ହିଁ ତା’ ଜୀବନରେ ଶୃଙ୍ଖଳା ଆଣେ ଏକଥା ହୁଏତ ଆପଣ ଅସ୍ୱୀକାର କରିବେ ନାହିଁ। କଥାରେ ନାହିଁ କି ସାଥୀ ବିହୀନ ରାତି, ନିତି ବିହୀନ ଜୀବନ ଏକଦମ ରସଶୂନ୍ୟ। ତେବେ, ଭୁଲ ତ ସମସ୍ତଙ୍କର ରହିଛି। ନିର୍ଭୁଲ ମଣିଷଟିଏ ସଂସାରରେ ନାହିଁ। ମାତ୍ର ଏମିତି କିଛି ଭୁଲ୍ କରନ୍ତୁ ନାହିଁ ଯେଉଁଥିପାଇଁ ଆପଣଙ୍କୁ ଅଭିଶପ୍ତ ଜୀବନ କାଟିବାକୁ ପଡ଼ିପାରେ। ତେବେ, କ’ଣ ସବୁ ଭାଙ୍ଗିବା ମହାପାପ ସେ ବିଷୟରେ ନିମ୍ନରେ ଲେଖାଯାଇଛି।
/sambad/media/post_attachments/wp-content/uploads/2018/01/Untitled-1-2-300x168.jpg)
ବିଶ୍ୱାସ: ବିଶ୍ୱାସ ଠିକ୍ କାଚ ପରି। ଥରେ ଭାଙ୍ଗିଗଲେ ଯୋଡ଼ିବା ଅସମ୍ଭବ। ଯୋଡ଼ିବାର ବୃଥା ପ୍ରୟାସ କରାଯାଇପାରେ ହେଲେ ଯୋଡ଼ାଯାଇ ପାରେନା। ଅନ୍ୟର ବିଶ୍ୱାସ ଭାଙ୍ଗିବା ପୂର୍ବରୁ ସତର୍କ ରୁହନ୍ତୁ ଯାହାଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଆଖି ମିଳାଇ କଥା ହୋଇପାରିବେ ତ!
/sambad/media/post_attachments/wp-content/uploads/2018/01/faa0f0048c70b34fd740c88f3e73e542-muslim-photo-galleries-300x225.jpg)
ଭଲପାଇବା: ନକଲି ଦୁନିଆରେ ସବୁ ଚକ୍ ଚକ୍ ଦିଶେ। ହଜାରେ ଲୋକ ଆପଣଙ୍କୁ ଭଲପାଆନ୍ତି ବୋଲି ଦାବି କରିପାରନ୍ତି। ମାତ୍ର ବାସ୍ତବରେ ସେପରି ହୋଇନଥାଏ। ଦୁନିଆରେ ଭଲପାଉଥିବା ଲୋକ ନଗଣ୍ୟ। ଆପଣଙ୍କୁ ଯଦି କିଏ ବାସ୍ତବରେ ଭଲପାଆନ୍ତି ତାହାଲେ ଆପଣ ଭାଗ୍ୟବାନ। ସେ ଯେଉଁ ବି ସଂପର୍କ ହେଉ, ଭଲପାଇବାର ଦୁର୍ଲଭ ଅନୁଭୂତି ସଭିଙ୍କୁ ମିଳେନା। ତା’କୁ କେବେ ଭାଙ୍ଗି ଦିଅନ୍ତୁ ନାହିଁ।
/sambad/media/post_attachments/wp-content/uploads/2018/01/muslim-couple-41-300x300.jpg)
ଆଶା: ଆପଣ ଯଦି କୌଣସି ପରିସ୍ଥିତିରେ ଆସି କିମ୍ବା ସ୍ନେହ ବଶତଃ କାହାକୁ କିଛି ଆଶା ଦେଇଛନ୍ତି ତେବେ ସୃଷ୍ଟି ପ୍ରଳୟ ହୋଇଗଲେ ବି ତାହାକୁ ପୂରା କରନ୍ତୁ। ପୂରା କରିବାର ସାମର୍ଥ୍ୟ ନଥିଲେ ଆଶା ଦିଅନ୍ତୁ ନାହିଁ।
/sambad/media/post_attachments/wp-content/uploads/2018/01/1_irPXj5W9eigW-VY7LvYX8Q-300x173.jpeg)
ପ୍ରତିଜ୍ଞା: ଆଜିକାଲିର ଅନେକ ଯୁବକ ପିଢ଼ିଙ୍କ ମୁହଁରୁ ଶୁଣିବାକୁ ମିଳେ ‘promises are made to be broken’ ଅର୍ଥାତ ପ୍ରତିଜ୍ଞା ଭାଙ୍ଗିବା ପାଇଁ ହିଁ ନିଆଯାଇଥାଏ। ମାତ୍ର ମନେରଖନ୍ତୁ ଏହା ଏକ ପିଲା ଖେଳ ନୁହେଁ କି ମଜା କରିବା ପରି ବିଷୟ ବସ୍ତୁ ଆଦୌ ବି ନୁହେଁ। ଯେଉଁ ପ୍ରତିଜ୍ଞା ରଖିପାରିବେ ନାହିଁ ସେପରି ପ୍ରତିଜ୍ଞା ନିଅନ୍ତୁ ନାହିଁ। ଥରେ ପ୍ରତିଜ୍ଞା ନେବା ପରେ କୌଣସି ବି ପରିସ୍ଥିତିରେ ସେଥିରୁ ଓହରନ୍ତୁ ନାହିଁ।
/sambad/media/post_attachments/wp-content/uploads/2018/01/gettyimages-658462230-300x200.jpg)
ସଂପର୍କ: ଦୁନିଆର ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ଓ ମହତ୍ୱପୂର୍ଣ୍ଣ ଜିନିଷଟିଏ। ଯାହା ବିନା ସବୁ କିଛି ଥାଇ ବି ଜୀବନ ଶୂନ୍ୟ। ସଂପର୍କ ଗଢ଼ିବେ କି ନାହିଁ ତାହା ଆପଣଙ୍କ ଇଚ୍ଛାଧୀନ। ମାତ୍ର ସଂପର୍କ ଭାଙ୍ଗିବା ଆପଣଙ୍କ ହାତର କଥା ନୁହେଁ, କାହିଁକି ନା ଏହା ଏକ ଦ୍ୱିପାକ୍ଷିକ ବ୍ୟାପାର। ଛୋଟ ଛୋଟ ରାଗରେ ଆସି ସଂପର୍କ ଭାଙ୍ଗିବାର କଥା କହୁଥିବା ବ୍ୟକ୍ତିି ଆଦୌ ବିଶ୍ୱାସଯୋଗ୍ୟ ନୁହଁନ୍ତି। ଆପଣଙ୍କର ଏପରି ଗୁଣ ପାଇଁ କେହି ଆପଣଙ୍କୁ ଶ୍ରଦ୍ଧା କରିବେ ନାହିଁ।
Follow Us