ଏହି ସମୟରେ ଦାନ୍ତ ଘଷନ୍ତୁ ନାହିଁ

ଏହି ସମୟରେ ଦାନ୍ତ ଘଷନ୍ତୁ ନାହିଁ

ସକାଳୁ ଉଠି ମୁହଁ ଧୋଇ ଦାନ୍ତ ଘଷିବା ଅଭ୍ୟାସ ଆମ ସମସ୍ତଙ୍କର ରହିଛି। କାରଣ ଆମେ ଖାଇ ସାରି ରାତିରେ ଶୋଇବା ପରେ ଆମ ପାଟିରେ ଥିବା ବୀଜାଣୁମାନେ ଶ୍ବେତସାର ଜାତୀୟ ଖାଦ୍ୟକୁ ଭାଙ୍ଗି ଏକ ପ୍ରକାର ଅମ୍ଳରେ ପରିଣତ କରିଥା’ନ୍ତି। ଏହା ଆମ ଦାନ୍ତ ଉପରେ ‘ପ୍ଲାକ୍‌’ ନାମକ ଏକ ପ୍ରକାର ସ୍ତର ହୋଇ ବସିଯାଏ ଯାହା ଆମର ଦନ୍ତକ୍ଷୟର କାରଣ ସାଜିଥାଏ। ତେଣୁ ଦାନ୍ତର ସ୍ବାସ୍ଥ୍ୟ ପାଇଁ ଦାନ୍ତ ଘଷିବା ନିହାତି ଆବଶ୍ୟକ। ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦାନ୍ତ ଘଷିବା କ୍ଷତିକାରକ ହୋଇଥାଏ।

publive-image

lଖାଇ ସାରି ସଙ୍ଗେ ସଙ୍ଗେ ଦାନ୍ତ ଘଷିବାକୁ ଦନ୍ତ ବିଶେଷଜ୍ଞମାନେ ବାରଣ କରିଥାନ୍ତି। କାରଣ ଖାଇବା ପରେ ଦାନ୍ତଗୁଡ଼ିକ ଅମ୍ଳୀୟ ହୋଇଯାଇଥାଏ। ସେହି ସମୟରେ ଦାନ୍ତ ଘଷିଲେ ଦାନ୍ତରୁ ଅଧିକ ପରିମାଣର ବାହ୍ୟ ଆବରଣ (ଏନାମେଲ୍‌) ଛାଡ଼ିଯାଇଥାଏ। ତେଣୁ ଖାଇବାର ଅତି କମ୍‌ରେ ୩୦ରୁ ୬୦ ମିନିଟ୍‌ ପରେ ଦାନ୍ତ ଘଷିବା ଉଚିତ। ଏହି ସମୟ ଭିତରେ ପାଟିର ଲାଳରସ ଉକ୍ତ ଅମ୍ଳକୁ ନିଷ୍କ୍ରିୟ କରିଦେଇଥିବ।

lବାନ୍ତି କରିବା ପରେ ମଧ୍ୟ ଦାନ୍ତ ଘଷିବା ଅନୁଚିତ। କାରଣ ବାନ୍ତି ବେଳେ ପାକସ୍ଥଳୀରୁ ଉଚ୍ଚମାନର ଦନ୍ତ କ୍ଷୟକରୀ ଅମ୍ଳ ନିର୍ଗତ ହୋଇଥାଏ। ତେଣୁ ହଠାତ୍‌ ଦାନ୍ତ ଘଷିବା ଦ୍ବାରା ତାହା ଦାନ୍ତ ସାରା ଖେଳାଇ ହୋଇଯିବା ସହ ଏନାମେଲ୍‌ କ୍ଷୟର କାରଣ ସାଜିବ। ତେଣୁ ବାନ୍ତି କରିବାର ଅଧଘଣ୍ଟାଏ ପରେ ଯାଇ ଦାନ୍ତ ଘଷିବା ଉଚିତ।

lକଫି ପିଇବା ପରେ ପରେ ଦାନ୍ତ ଘଷିବା କ୍ଷତିକାରକ। କାରଣ କଫି ପିଇବା ପରେ ପାଟି ଭିତରର ପିଏଚ୍‌ ସ୍ତର କମିଯାଇ ଏକ ଅମ୍ଳୀୟ ପରିବେଶ ସୃଷ୍ଟି କରିଥାଏ। ତେଣୁ ସଙ୍ଗେ ସଙ୍ଗେ ଦାନ୍ତ ଘଷିଲେ ଅନୁରୂପ ଭାବେ ଦନ୍ତକ୍ଷୟର ଆଶଙ୍କା ରହିଛି। ଏ କ୍ଷେତ୍ରରେ ମଧ୍ୟ ଅଧଘଣ୍ଟାଏ ପରେ ଦାନ୍ତ ଘଷିଲେ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe