ଜାଣନ୍ତୁ କେଉଁ ସମୟରେ ପାଣି ପିଇବା ଅନୁଚିତ,ଏହି ସବୁ ସମୟରେ ପାଣି ପିଅନ୍ତୁ ନାହିଁ

Advertisment
ଜାଣନ୍ତୁ କେଉଁ ସମୟରେ ପାଣି ପିଇବା ଅନୁଚିତ,ଏହି ସବୁ ସମୟରେ ପାଣି ପିଅନ୍ତୁ ନାହିଁ

ଏମିତିରେ ତ ଦେଖିବାକୁ ଗଲେ ପାଣି ପିଇବାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। କୌଣସି ବି ସମୟରେ ଆମେ ପାଣି ପିଇପାରିବା। ମାତ୍ର ଉଚିତ ସମୟରେ ପାଣି ପିଇଲେ ତାହା ଦେହ ପାଇଁ ଟିକେ ଅଧିକ ଫଳପ୍ରଦ ହୋଇଥାଏ। ଆପଣ ଜାଣିଥିବେ ନିଶ୍ଚୟ ରାତି ସମୟରେ ଅଧିକ ପାଣି ପିଇବା ପାଇଁ ଡାକ୍ତରମାନେ ବାରଣ କରିଛନ୍ତି। ଦିନରେ ଯେତେ ବି ଚାହିଁଲେ ପାଣି ପିଇପାରନ୍ତି। ମାତ୍ର ରାତିରେ ବେଶି ପାଣିପିଇବା ଅନୁଚିତ। ତେବେ ଚାଲନ୍ତୁ ଜାଣିବା ରାତି ବ୍ୟତୀତ ଆଉ କେଉଁ ସମୟରେ ପାଣି ପିଇବା ଅନୁଚିତ।

ଆପଣ ଯଦି କୌଣସି କଠିନ ପରିଶ୍ରମ, ଦୌଡ଼-ଧାଆଁ କିମ୍ବା ବ୍ୟାୟାମ କରି ଫେରିଛନ୍ତି। ସେ ସମୟରେ ଯଦି ଆପଣଙ୍କ ଦେହରୁ ଯଦି ଗମ୍‌ଗମ୍‌ ଝାଳ ବୋହୁଛି ତେବେ ଯେତେ ଶୋଷ ଲାଗିଲେ ବି କିଛି ସମୟ ଅପେକ୍ଷା କରନ୍ତୁ। ପାଣି ପିଅନ୍ତୁ ନାହିଁ।

publive-image

କିଛି ସମୟର ପୂର୍ବରୁ ଯଦି ଚା’ କିମ୍ବା କଫି ପିଇଛନ୍ତି ତାହାଲେ ବି ସଙ୍ଗେ ସଙ୍ଗେ ପାଣି ପିଇଲେ ଦେହ ପକ୍ଷେ ଅସୁସ୍ଥକର ହୋଇଥାଏ। ଅତି କମ୍‌ରେ ଚା’ କିମ୍ବା କଫି ପିଇବାର ଗୋଟାଏ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ।

କୌଣସି ଥଣ୍ଡା ଜିନିଷ ଯଥା ଆଇସ୍‌କ୍ରିମ୍‌, ମିଠା ଦହି ଖାଇବା ପରେ ବି ପାଣି ପିଇବା ପାଇଁ ବାରଣ ରହିଛି। ଖିରି ଖାଇବା ପରେ ବି ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ।

ଖାଇସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଆଦୌ ଉଚିତ୍‌ ନୁହେଁ। ଯାହା ବି ଖାଆନ୍ତୁ ସର୍ବନିମ୍ନ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ।

ତୈଳଯୁକ୍ତ ଖାଦ୍ୟ ଯେପରିକି ତେଲ ଭାଜି, ମସଲାଯୁକ୍ତ ଦ୍ରବ୍ୟ ଆଦି ଖାଇକି ପାଣି ପିଇଲେ ଦେହ ପାଇଁ ଖରାପ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe