ବର୍ଷା ଦିନେ ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଆନ୍ତୁନି ଏହି ସବୁ ଖାଦ୍ୟ

Advertisment

ଏବେ ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ।

ଏବେ ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ।

New Project (21)

ଏବେ ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ। ଏହି ଋତୁରେ ଶରୀର ଅସୁସ୍ଥ ହେବାର ଅନେକଗୁଡ଼ିଏ କାରଣ ରହିଛି। ତେବେ, ଚାଲନ୍ତୁ ଜାଣିବା କ’ଣ ସବୁ ଏହି ଦିନେ ନଖାଇବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବା।

ବର୍ଷା ଦିନିଆ ରାସ୍ତାକଡ଼ ଖାଦ୍ୟ ଖାଆନ୍ତୁ ନାହିଁ। ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି।

ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ। ବନ୍ଧା କୋବିର ପତ୍ରରେ ବହୁ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି। ଏହା ପେଟକୁ ଗଲେ ଖାଦ୍ୟକୁ ବିଷାକ୍ତ କରିପକାନ୍ତି।

ବର୍ଷା ଦିନେ ଅତିରିକ୍ତ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ। ଏସବୁ ଖାଦ୍ୟ ରୁ ନିଜକୁ ଦୂରେଇ ରଖିଲେ ଭଲ।

କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ। କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe