ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ ବର୍ଷା: ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Advertisment
ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ ବର୍ଷା: ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Pinterest

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ‌ାଝଡ଼ ଲାଗିରହିଛି। ଆହୁରି ୨ ଦିନ ଧରି ଏହି ପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି।ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ। ଏହି ଋତୁରେ ଶରୀର ଅସୁସ୍ଥ ହେବାର ଅନେକଗୁଡ଼ିଏ କାରଣ ରହିଛି। ତେବେ, ଚାଲନ୍ତୁ ଜାଣିବା କ’ଣ ସବୁ ଏହି ଦିନେ ନ ଖାଇବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବା।

: ବର୍ଷା ଦିନରେ ରାସ୍ତାକଡ଼ ଖାଦ୍ୟ ଖାଆନ୍ତୁ ନାହିଁ। ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି।

publive-image
Chicago Sun-Times

: ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ। ବନ୍ଧା କୋବିର ପତ୍ରରେ ବହୁ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି। ଏହା ପେଟକୁ ଗଲେ ଖାଦ୍ୟକୁ ବିଷାକ୍ତ କରିପକାନ୍ତି।

: ବର୍ଷା ଦିନେ ଅତିରିକ୍ତ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ। ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିଲେ ଭଲ।

: କୌଣସି ବି ପରିବା କିମ୍ବା ଫଳ କାଟିକି ବେଶି ସମୟ ପରେ ଖାଆନ୍ତୁ ନାହିଁ। କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe