ଆଇରନ୍‌ କିମ୍ବା ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହ ପିଅନ୍ତୁ ନାହିଁ ଚା’; ଉପୁଜିପାରେ ଅନେକ ସମସ୍ୟା

ଆଇରନ୍‌ କିମ୍ବା ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହ ପିଅନ୍ତୁ ନାହିଁ ଚା’; ଉପୁଜିପାରେ ଅନେକ ସମସ୍ୟା

www.google.com

ପ୍ରାୟତଃ ଲୋକେ ନିଜ ଦିନର ଆରମ୍ଭ ଚା’ କିମ୍ବା କପେ କଫିରୁ କରିଥାନ୍ତି। ସେମାନଙ୍କୁ ଏହା ଫୂର୍ତ୍ତି  ତଥା ସତେଜ ଅନୁଭବ କରାଇଥାଏ । କିଛି ଲୋକ ଚା’ ସହିତ ଅନେକ ଜିନିଷ ଖାଇଥାନ୍ତି। କିନ୍ତୁ କିଛି ଜିନିଷ ଏମିତି ରହିଛି, ଯାହାକୁ ଚା’ ସହିତ ଖାଇବା ଦ୍ୱାରା ତାହାର କୁ-ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ, ଚା’ ସହିତ କେଉଁ ଜିନିଷ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ।

ଯଦି ଆପଣ ସକାଳ ସମୟରେ ଚା’ ପିଉଛନ୍ତି। ତେବେ ତା’ ସହିତ ଆଇରନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଚା’ରେ ଟେନିନ୍‌ ରହିଥାଏ, ଯାହାକି ଆଇରନ୍‌ ସଂସ୍ପର୍ଶରେ ଆସିବା ଭଲ ନୁହେଁ। ଏହା ଦ୍ୱାରା ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହୋଇ ଯାଇଥାଏ। ଆଇରନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ। କିନ୍ତୁ କେବେ ହେଲେ ଏହାକୁ ଚା’ ସହିତ ଖାଆନ୍ତୁ ନାହିଁ। ଏପରି କଲେ ରକ୍ତହୀନତା ସହ ଅନେକ ସମସ୍ୟା ଦେଖା ଦେଇପାରେ।

ଚା’ ସହିତ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଚା’ରେ ଥିବା ଟେନିନ୍‌ ପ୍ରୋଟିନ୍‌ ପାଇଁ ମଧ୍ୟ ଭଲ ନୁହେଁ। ଯାହାକି ଶରୀରକୁ କ୍ଷତି ପହଞ୍ଚାଇଥାଏ।

ଚା’ର ସେବନ କରୁଥିଲେ ତା’ ସହ ସବୁଜ ପରିବା ଖାଆନ୍ତୁ ନାହିଁ। ବ୍ରୋକ୍‌ଲି, ପୋଇ, ମୂଳା ଇତ୍ୟାଦି ପରିବାରେ ଭରପୂର ମାତ୍ରରେ ଆଇରନ ରହିଥାଏ।  ଯାହାଦ୍ୱାରା ଚା’ ସହିତ ଏହାକୁ ସେବନ କଲେ ଶରୀରରେ ରକ୍ତହୀନତା, ପାଚନ ସମ୍ବନ୍ଧିତ ସମସ୍ୟା, ପେଟରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe