ଅଣ୍ଡା ସିଝାଇବା ପରେ ପାଣିକୁ ନ ଫିଙ୍ଗି କରନ୍ତୁ ଏହି କାର୍ଯ୍ୟ, ମିଳିବ ଫାଇଦା...

Advertisment
ମାସେ ହେଲା ଅଣ୍ଡା ପାଉ ନାହାନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ, ଭାତ-ଡାଲିରେ ଚଳୁଛି ବୁଧବାର ଓ ଶୁକ୍ରବାର

Food Hacks :: WonderHow

ଅଣ୍ଡା ସିଝା ଖାଇବାକୁ ପ୍ରାୟତଃ ସମ‌ସ୍ତେ ଭଲ ପାଇ ଥାଆନ୍ତି। ହେଲେ, ସମସ୍ତେ ଅଣ୍ଡା ସିଝାଇବା ପରେ ସେଇ ପାଣିକୁ ଫିଙ୍ଗି ଦେଇ ଥାଆନ୍ତି। ଆପଣ ବି ଯଦି ଏପରି କରୁଛନ୍ତି ତେବେ ଏଥିରୁ  ନିବୃତ୍ତ ରହନ୍ତୁ। କାରଣ, ଏହି ଅଣ୍ଡା ସିଝା ପାଣିର ଅନେକ ଉପକାରୀ ଗୁଣ ରହିଛି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

Image result for /do-not-waste-water-after-boiling-egg- AajTak

‘ମାଷ୍ଟର୍ସ ଗାର୍ଡେନର୍‌ ଅଫ୍‌ ହାମିଲଟନ୍‌’ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଣ୍ଡା ଖୋଳରେ କ୍ୟାଲସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌ ଓ ସୋଡିୟମ୍‌ ଭରପୂର ମାତ୍ରାରେ ରହିଥାଏ। ତେଣୁ ଅଣ୍ଡା ସିଝାଇବା ସମୟରେ ଏହିସବୁ ପୋଷକ ତତ୍ତ୍ୱ ପାଣିରେ ରହିଯାଏ।

ଅଣ୍ଡା ସିଝାଇବା ପରେ ଆପଣ ଏହି ବଳକା ପାଣିକୁ ନ ଫିଙ୍ଗି ତାହାକୁ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହି ପାଣିକୁ ଚାରା ଗଛ ମୂଳରେ ଦିଅନ୍ତୁ। ଏଥିରେ ଏପରି ପୋଷକ ତତ୍ତ୍ୱ ସବୁ ରହିଛି, ଯାହା ଚାରା ଗଛ ପାଇଁ ଉନ୍ନତ ସାର ଭାବେ କାମ କରିଥାଏ।

ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବା ସହିତ ଗଛରେ ଭଲ ଫଳ ବି ହୋଇଥାଏ। ଏଥିସହିତ ଯେଉଁ ଗଛର ଭଲ ଭାବେ ବୃଦ୍ଧି ହେଉନାହିଁ ସେହି ଗଛମୂଳରେ ଏହି ପାଣିକୁ ଦିଅନ୍ତୁ, ଯାହାକି ଗଛର ବିକାଶରେ ସାହାଯ୍ୟ କରିବ।

Image result for /do-not-waste-water-after-boiling-egg- Eat or toss

ବିଶେଷକରି ବିଲାତି ବାଇଗଣ ଓ ଲଙ୍କା ଗଛର ବୃଦ୍ଧିରେ ମଧ୍ୟ ଏହି ଅଣ୍ଡା ସିଝା ପାଣି ବେଶ୍‌ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe