ବାମ କାନରେ ଫୋନ୍‌ରେ କଥା ହେବା, ଦିନକୁ କଫି ମାତ୍ର ଥରେ ପିଇବା: ଜାଣନ୍ତୁ ଏପରି କିଛି ଜଣା ଅଜଣା କଥା

ବାମ କାନରେ ଫୋନ୍‌ରେ କଥା ହେବା, ଦିନକୁ କଫି ମାତ୍ର ଥରେ ପିଇବା: ଜାଣନ୍ତୁ ଏପରି କିଛି ଜଣା ଅଜଣା କଥା

ବେଳେ ବେଳେ ଛୋଟ ଛୋଟ କଥା ବି ଆମ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ଆମ ଦ୍ୱାରା ଘଟୁଥିବା ଛୋଟ ଛୋଟ ଭୁଲ୍‌ ଅସୁସ୍ଥତାର କାରଣ ପାଲଟିଯାଏ। ସେଥିମଧ୍ୟରୁ କେତୋଟି କଥା ଆମକୁ ଜଣା ଓ କେତେକ ଅଜଣା। ଆସନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା। ତେବେ, କେଉଁ ଛୋଟ କଥାକୁ ନେଇ ଆମେ ଟିକେ ସଚେତନ ହେବା ଦରକାର ସେ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି।

ସବୁବେଳେ ମନେ ରଖିବେ ଫୋନ୍‌ରେ କଥା ହେଲା ବେଳେ ବାମ କାନରେ ଫୋନ୍‌ ଦେଇ କଥା ହେବେ। ଡାହାଣ କାନରେ ଫୋନ୍‌ ରଖି କଥା ହେବା ଶରୀର ପାଇଁ ଠିକ୍‌ ହୋଇନଥାଏ।

ପାଣି ସକାଳେ ଯେତେ ପରିମାଣରେ ପିଇବେ ରାତିରେ ସେତେ ପିଇବେ ନାହିଁ। ଯେପରି ସକାଳେ ପ୍ରଚୁର ପାଣି ପିଇବା ସୁସ୍ଥକର ସେହପରି ସଂଧ୍ୟା ପରେ ଅଳ୍ପ ପାଣି ପିଇବା ସୁସ୍ଥକର ହୋଇଥାଏ।

ଫୋନ୍‌ ଚାର୍ଜରେ ବସାଇଥିବା ବେଳେ ଫୋନ୍‌ରେ କିଛି କରନ୍ତୁ ନାହିଁ। ଯଦି ଫୋନ୍‌ ଚାର୍ଜରେ ବସାଉଛନ୍ତି ତେବେ କିଛି ସମୟ ପାଇଁ ଫୋନ୍‌କୁ ଛାଡ଼ି ଦିଅନ୍ତୁ।

ଯଦି କଫି ପଇବାର ସଉକ ରଖିଛନ୍ତି ତେବେ ଦିନକୁ ମାତ୍ର ଗୋଟାଏ ଥର ପିଅନ୍ତୁ। ଏକାଧିକ ଥର ଚା’ ପିଇବାରେ କୌଣସି ଅସୁବିଧା ନାହିଁ। ମାତ୍ର କଫି ଅନେକ ଥର ପିଇବା ଅସୁସ୍ଥକର ହୋଇଥାଏ।

publive-image

ପୂରା ଥଣ୍ଡା ପାଣିରେ ଔଷଧ ଖାଆନ୍ତୁ ନାହିଁ। ଔଷଧ ଖାଉଥିବା ବେଳେ ସାଧାରଣ ଜଳ ପାନ କରନ୍ତୁ। ଥଣ୍ଡା ପାଣିରେ ଔଷଧ ସେବନ କଲେ ଔଷଧର କିଛି ଗୁଣ ରହେ ନାହିଁ।

ଶୋଇବା ପାଇଁ ସବୁଠାରୁ ଉତ୍ତମ ସମୟ ହେଉଛି ରାତି ୧୦ରୁ ସକାଳ ଛଅ। ଏହି ସମୟରେ ଶୋଇବା ଅଭ୍ୟାସ ଥିଲେ ଶରୀର ସୁସ୍ଥ ରହେ।

ଦୀର୍ଘ ସମୟ ଧରି ଇୟର୍‌ ଫୋନ୍‌ ବା ହେଡ୍‌ ଫୋନ୍‌ ବ୍ୟବହାର କରନ୍ତୁୁ ନାହିଁ। ଯଦି ବହୁତ ସମୟ ଗୀତ ଶୁଣିବାର ଅଛି କିମ୍ବା କଥା ହେବାର ଅଛି ତେବେ ଇୟର୍‌ଫୋନ୍‌ କାଢ଼ି ଦିଅନ୍ତୁ।

ସଂଧ୍ୟା ୫ଟା ପରେ ଆଉ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ସକାଜ ଜଳଖିଆରେ ଯେତେ ଗରିଷ୍ଟ ଖାଦ୍ୟ ଖାଇଲେ ଭଲ ହୋଇଥାଏ। ସେହିପରି ସଂଧ୍ୟା ପରେ ହାଲୁକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe