ମାଆ ଲକ୍ଷ୍ମୀଙ୍କୁ ହାସଲ କରିବା ପାଇଁ କ’ଣ କୌଣସି ପ୍ରକ୍ରିୟା ବା ପନ୍ଧତିର ଆବଶ୍ୟକତା ରହିଛି କି! ଯଦି କିଛିର ଆବଶ୍ୟକତା ରହିଛି ତାହା ହୋଉଛି ସ୍ନେହ ଓ ଉତ୍ସର୍ଗ। ଭକ୍ତି ଭାବ ଦ୍ୱାରା ଜଗତ୍ଜନନୀ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଜୟ କରାଯାଇ ପାରିବ। ତେବେ, ଚାଲନ୍ତୁ ଜାଣିବା ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ଆମକୁ କ’ଣ କରିବାକୁ ହେବ।
/sambad/media/post_attachments/wp-content/uploads/2018/03/ccc0e71e50e41435cba2bda151785deb_1476770305-300x167.jpg)
କେବଳ ଭକ୍ତି ଦ୍ୱାରା ସଫଳତା ନୁହେଁ। କଠିନ ପରିଶ୍ରମ ଦ୍ୱାରା ହିଁ ନିଜ ସ୍ୱପ୍ନକୁ ହାତ ମୁଠାରେ ଆଣିବା ସମ୍ଭବ ହୋଇଥାଏ। ପଶୁଙ୍କ ପରତ ନବୁଝି ନସୁଝି କାର୍ଯ୍ୟ କରିବାର ମାନେ କିଛି ନାହିଁ। କାର୍ଯ୍ୟର ଗୁରୁତ୍ୱ ବୁଝି ପରିଶ୍ରମ କରିବା ଦ୍ୱାରା ହିଁ ଲକ୍ଷ୍ମୀଙ୍କ ଆଶୀର୍ବାତ ଜୟ କରାଯାଇ ପାରିବ।
/sambad/media/post_attachments/wp-content/uploads/2018/03/a4b191c5cd0ba5069cec114ae0e314c7_1476770312-300x160.jpg)
କେବଳ ସେତିକି ନୁହେଁ। ଆପଣ ଯେତେ ବି ପରିଶ୍ରମ କରନ୍ତୁ। ଯଦି ଆପଣଙ୍କ ମନରେ ଅତିଥିଙ୍କ ପ୍ରତି ସମ୍ମାନ ନାହିଁ ତେବେ କେମେ ବି ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ ନାହିଁ। ଘରର ଅତିଥି ଦୈବ୍ୟ ତୁଲ୍ୟ ହୋଇଥାନ୍ତି। ସେମାନଙ୍କୁ ସମ୍ମାନ ଦେଲେ ଲକ୍ଷ୍ମୀ ପ୍ରୀତ ହୋଇଥାନ୍ତି।
/sambad/media/post_attachments/wp-content/uploads/2018/03/631fb0729502cd210dee66d74431c08f_1476770335-300x133.jpg)
ଘରର ମହିଳାଙ୍କ ୁପରେ ହାତ ଉଠାଇଲେ ବା ସେମାନଙ୍କୁ ଗାଳି ଗୁଲଜ କଲେ ଲକ୍ଷ୍ମୀ ଘର ପଶନ୍ତି ନାହିଁ। ଘରର ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିଲେ ମାଆ ଲକ୍ଷ୍ମୀ ସେ ଘର ଛାଡ଼ି ଯାଆନ୍ତି ନାହିଁ।
  
 Follow Us