photo--mirror
ଆମମାନଙ୍କ ଭିତରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଇବାପରେ ଲେମ୍ବୁ ପାଣି ପିଇଥାନ୍ତି। ଖାସକରି ଯଦି କୌଣସି ଗରିଷ୍ଠ ଖାଦ୍ୟ ଖାଇଥାନ୍ତି ତେବେ ସେମାନେ ଭାବିଥାନେ କି ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ।
ଆପଣ ଜାଣନ୍ତି କି ଖାଇବା ବେଳେ ଲେମ୍ବୁ ପାଣି ପିଇବା ଭଲ। ହଁ, ନିକଟରେ ହୋଇଥିବା ଏକ ଗବେଷଣାରେ କୁହାଯାଇଛି ଯେ ଖାଦ୍ୟଗ୍ରହଣ ସମୟରେ ଲେମ୍ବୁ ପାଣି ପିଇଲେ ତାହା ଦେହ ପାଇଁ ଭଲ। ଅନେକ ଲୋକଙ୍କର ଧାରଣା ଯେ ଖାଇବା ବେଳେ କୌଣସି ପ୍ରକାରର ପାନୀୟ ଗ୍ରହଣ କରିବା ଠିକ୍ ନୁହେଁ । ହେଲେ ଏ କ୍ଷେତ୍ରରେ ଲେମ୍ବୁ ପାଣି ଏକ ବ୍ୟତିକ୍ରମ।
photo-amarujalaଏହାଦ୍ୱାରା ଲୋକର ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣା । ଏତଦ୍ବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି । ଆସନ୍ତୁ ଜାଣିବା ସେ ସଂପର୍କରେ । ସବୁବେଳେ ଲେମ୍ବୁ ପାଣି ପିିଇବା ଦ୍ୱାରା ବହୁତ ରୋଗରୁ ମୁକ୍ତି ମିଳିଥାଏ । ବିଶେଷ କରି ଖାଇବା ସମୟରେ ଲେମ୍ବୁ ପାଣି ପିଇଲେ ବଦହଜମୀ ବା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ବି ରହିବ ନାହିଁ ବୋଲି ମଧ୍ୟ ଜଣାଯାଇଛି ।
Follow Us