ମାଂସ ପାଇଁ ପ୍ରତିବର୍ଷ ୧୦ ଲକ୍ଷ କୁକୁରଙ୍କର ନିଆଯାଏ ଜୀବନ, କୁକୁର ମାଂସ ଉପରେ ଲାଗିପାରେ ବ୍ୟାନ

Advertisment
ମାଂସ ପାଇଁ ପ୍ରତିବର୍ଷ ୧୦ ଲକ୍ଷ କୁକୁରଙ୍କର ନିଆଯାଏ ଜୀବନ, କୁକୁର ମାଂସ ଉପରେ ଲାଗିପାରେ ବ୍ୟାନ

ସିଓଲ: ଦୀର୍ଘ ବର୍ଷ ଧରି ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାର ପରମ୍ପରାକୁ ନିଷେଧ କରାଯାଇପାରେ। ଗତ ବର୍ଷ ହ୍ୟୁମାନ ସୋସାଇଟି ଏକ ସର୍ଭେ କରିଥିଲା। ଏଥିରେ ୮୪% ଲୋକ କୁକୁର ମାଂସ ନ ଖାଇବାକୁ ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ଏହି ବିବାଦୀୟ ପରମ୍ପରା ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କେତ ଦେଇଛନ୍ତି । କୁକୁରଙ୍କ ମାନସ ପାଇଁ ପ୍ରତିବର୍ଷ ଦକ୍ଷିଣ କୋରିଆରେ ଦଶ ଲକ୍ଷ କୁକୁରଙ୍କୁ ହତ୍ୟା କରାଯାଏ | ଏ ବାବଦରେ ସୂଚନା ପ୍ରଦାନ କରି ରାଷ୍ଟ୍ରପତି ମୁନ୍ ଜେ-ଇନଙ୍କ ମୁଖପାତ୍ର କହିଛନ୍ତି ଯେ ରାଷ୍ଟ୍ରପତି ଚାହୁଁଛନ୍ତି ଯେ ଏହି ପରମ୍ପରାକୁ ନିଷିଦ୍ଧ କରିବାର ସମୟ ଆସିଛି। କୁକୁରମାନଙ୍କର ମାଂସକୁ ନେଇ ଦୀର୍ଘ ଦିନ ଧରି ଏଠାରେ ବିରୋଧ ଚାଲିଆସୁଛି।

ସୂଚନା ଥାଉ କି ଯେ ଦକ୍ଷିଣ କୋରିଆରେ ପ୍ରାୟ ଲୋକମାନେ କୁକୁର ମାଂସ ଖାଇଥାନ୍ତି | ତେବେ ବର୍ତ୍ତମାନ ଯୁବପିଢ଼ି ଏହାକୁ(କୁକୁରଙ୍କୁ ହତ୍ୟା) ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ହ୍ୟୁମାନ୍ ସୋସାଇଟି ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ୬୦% ଲୋକ ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଚାହୁଁଛନ୍ତି। ରାଷ୍ଟ୍ରପତି ମୁନ୍ ଜେ-ଇନ୍ ଓ ପ୍ରଧାନମନ୍ତ୍ରୀ କିମ୍ ବୋ-କ୍ୟୁମ୍ ଏହି ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି । ଏ ବାବଦରେ ଦୁଇ ନେତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଏପର୍ଯ୍ୟନ୍ତ ଜଣା ପଡିନାହିଁ।

South Korea may ban dog meat photo-asianet news hindi

ସୂଚନା ଥାଉ କି ରାଷ୍ଟ୍ରପତି ମୁନ୍ ଜେ-ଇନ୍ କୁକୁରମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଅନେକ କୁକୁର ମଧ୍ୟ ରଖିଛନ୍ତି। ତେବେ ଏହି ପ୍ରତିବନ୍ଧକ ପ୍ରଥମ ଥର ନୁହେଁ ବରଂ କୁକୁର ଏବଂ ବିଲେଇଙ୍କ ନିର୍ଦ୍ଦୟ ହତ୍ୟାକୁ ରୋକିବା ପାଇଁ ଦକ୍ଷିଣ କୋରିଆରେ ପଶୁ ସୁରକ୍ଷା ଆଇନ ରହିଛି। କିନ୍ତୁ ଏହି ନିୟମ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କୁକୁର ମାଂସ ଖାଇବାକୁ ବାରଣ କରିନଥାଏ । କୋରିଆ ସଂସ୍କୃତିରେ ବିଶ୍ୱାସ ରହିଛି ଯେ କୁକୁର ମାଂସରେ ଅନେକ ଭିଟାମିନ ରହିଛି | ଏହି କାରଣରୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନିଷିଦ୍ଧ କରିପାରି ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe