କୁକୁରମାନେ ବି ମଧୁମେହ ଓ ରକ୍ତଚାପ ଭଳି ରୋଗରେ ପୀଡ଼ିତ !

Advertisment
ନବଜାତକ ଶବକୁ ଝୁଣି ଖାଇଲେ କୁକୁର

ମଣିଷକୁ ଯେଉଁସବୁ ସାଧାରଣ ରୋଗ ହେଉଛି,ଏବେ କୁକୁରମାନେ ମଧ୍ୟ ସେହି ସବୁ ରୋଗରେ ପୀଡ଼ିତ ହେଉଥିବା ଜଣାଯାଇଛି। ବିଶେଷ କରି ମଣିଷଙ୍କ ଭଳି କୁକୁର ବି ମଧୁମେହ, ରକ୍ତଚାପ ଓ ଥାଇରଏଡ୍‌ ଭଳି ରୋଗର ଶିକାର ହେଉଛି। ଏହି ସବୁ ରୋଗ ଏବେ ଗୃହପାଳିତ କୁକୁରମାନଙ୍କଠାରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଗୃହପାଳିତ କୁକୁରର ଖାଦ୍ୟ ଓ ତାର କାର୍ଯ୍ୟ କରିବାର ଶୈଳୀ ଉପରେ ଏହା ନିର୍ଭରଶୀଳ ବୋଲି କୁହାଯାଉଛି।
ପ୍ରାଣୀ ଚିକିତ୍ସକଙ୍କ ମତ ଅନୁସାରେ ପ୍ରଥମେ କୁକରମାନଙ୍କୁ ମଧୁମେହ ରୋଗ ପ୍ରାୟତଃ ହେଉନଥିଲା। ଖୁବ୍‌ କମ୍‌ସଂଖ୍ୟକ କୁକୁର ଏହି ରୋଗରେ ପୀଡ଼ିତ ହେଉଥିଲେ। ଗୃହପାଳିତ କୁକୁରମାନଙ୍କଠାରେ ମଧୁମେହ ହେବାର କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ବି ଅଛି।ଏଗୁଡ଼ିକ ହେଲା କ୍ଷିପ୍ର ଗତିରେ ଓଜନ ବଢିବା, ଶୀଘ୍ର ଥକିଯିବା, ଅଧିକ କ୍ଷୁଧା ଲାଗିବା,ଶାନ୍ତ ରହିବା, କମ୍‌ ବା ଅଧିକ ଭୁକିବା,ବାରମ୍ବାର ପରିସ୍ରା ଲାଗିବା।

publive-image
ଅପରପକ୍ଷରେ ବିଗତ ୧୦ ବର୍ଷ ମଧ୍ୟରେ କୁକୁରମାନଙ୍କଠାରେ ରକ୍ତଚାପ ଓ ଥାଇରଏଡ୍‌ ଭଳି ରୋଗର ଲକ୍ଷଣ ପ୍ରକାଶ ପାଇବା ବଢିଛି ବୋଲି ଏକ ଆକଳନରୁ ଜଣାଯାଇଛି। ଏବେ ବଜାରରେ ମଧୁମେହରେ ପୀଡ଼ିତ କୁକୁରମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଖାଦ୍ୟ ଆସିଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe