ନିଜର ଓଜନ କମ୍‌  କରିବାକୁ ଡାଏଟିଂ  କରନ୍ତୁ ନାହିଁ ,ଜାଣନ୍ତୁ କାରଣ 

Advertisment
ନିଜର ଓଜନ କମ୍‌  କରିବାକୁ ଡାଏଟିଂ  କରନ୍ତୁ ନାହିଁ ,ଜାଣନ୍ତୁ କାରଣ 

photo-youtube

ଆଜିକାଲି ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ  କେମିତି  କେମିତି ଫିଟ୍‌ ରହିବେ ସେଥିଲାଗି ସବୁଠାରୁ ଅଧିକ ସତର୍କ ରହିଥାନ୍ତି। ଖାଲି ସେତିକି ନୁହେଁ କେତେକ ନିଜର ଫ୍ୟାଟନେସ୍‌ ପାଇଁ ଚିନ୍ତି ଥିବା ହେତୁ ଡାଏଟିଂର ସହାୟତା ନେଇତାନ୍ତି। ବିଶେଷ କରି ମହିଳାମାନେ  ନିଜର ଫିଟ୍‌ନେସ ଉପରେ ଅଧିକ  ଧ୍ୟାନ   ଦେଉଛନ୍ତି ।  ଯେଉଁ ମହିଳାମାନଙ୍କର  ଓଜନ  ଅଧିକ, ସେମାନେ  ତାକୁ  ହ୍ରାସ  କରିବା  ଲାଗି  ବିଭିନ୍ନ ପ୍ରକାରର କୌଶଳ  ଅବଲମ୍ବନ  କରିଥାଆନ୍ତି , କିଏ ଜିମ୍‌ ଯାଏ ତ  କିଏ   ଡାଏଟିଂ  କରନ୍ତି ।କିନ୍ତୁ ନିକଟରେ  କରାଯାଇଥିବା  ଏକ ଗବେଷଣାରୁ  ସ୍ପଷ୍ଟ  ହୋଇଛି ଯେ  ମାତ୍ରାଧିକ  ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କର କେତେକ କ୍ଷତି ହୋଇଥାଏ ।

ଯେଉଁ ମହିଳାମାନେ  ଡାଏଟିଂ  କରି ନିଜର ଓଜନ କମ୍‌  କରିବାକୁ ଚାହାଁନ୍ତି ବା ନିଜକୁ ଫିଟ୍‌  ରଖିବାର  ପ୍ରୟାସ କରନ୍ତି, ସେମାନଙ୍କଠାରେ କେତେକ  ଶାରୀରିକ ସମସ୍ୟା  ପରିଲକ୍ଷିତ  ହୋଇଥାଏ । ପ୍ରଥମତଃ  ସେମାନଙ୍କର ହରମୋନ୍‌  ସନ୍ତୁଳନ ଖରାପ  ଆଡକୁ  ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତା ମଧ୍ୟ   ହୋଇଥାଏ । କେତେକଙ୍କ କ୍ଷେତ୍ରରେ  ଏହା ସଂପୂର୍ଣ୍ଣ ରୂପେ  ବନ୍ଦ ହେବାର ମଧ୍ୟ ଆଶଙ୍କା ମଧ୍ୟ  ଉପୁଜିଥାଏ ।

publive-image

publive-image photo-youtube

ଏଣୁ ଯେଉଁ ମହିଳାମାନେ  ଡାଏଟିଂ  କରୁଛନ୍ତି, ସେମାନେ  ନିୟମିତ ରୂପେ ଆବଶ୍ୟକ  ମାତ୍ରାରେ ଫ୍ୟାଟ୍‌  ଖାଇବା ଦରକାର ।  ତା’ଛଡ଼ା  ୩୦ ବା ୪୦ ମିନିଟ୍‌ରୁ  ଅଧିକ ସମୟ  ବ୍ୟାୟାମ କରିବା ଅନୁଚିତ । ଯୋଗାଭ୍ୟାସ  କରି  ଓଜନ ହ୍ରାସ  କରିବା  ଡାଏଟିଂ ଅପେକ୍ଷା  ଭଲ  ବୋଲି ଚିକିତ୍ସିକମାନେ  ମତ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe